
ନୂଆପଡା ଜିଲ୍ଲା କୋମନା ବ୍ଲକର ରଜନା ପଂଚାୟତ ବେଲଗାଁ, ମାଠିଆପଦର, ରଜନା ଗାଁକୁ ଯାଇ ଶଯ୍ୟାଶାୟୀ ମାନଙ୍କ ଘରେ ଘରେ ପହଁଚି ଭତ୍ତା ଦେଉଛନ୍ତି ଯୁବ ସରପଞ୍ଚ କ୍ଷୀରସିନ୍ଧୁ ଭୋଇ I ପଂଚାୟତ ର କାଳୀମାଟି ଗାଁଟି ବୃଦ୍ଧା ଅଞ୍ଚଳ ଗାଁ ହୋଇଥିବାରୁ । ଭତ୍ତା ଟଙ୍କା ଆଣି ଆସିବା ପାଇଁ 18 କିଲୋମିଟର ପଡୁଥିବାରୁ ସରପଞ୍ଚ ନିଜେ ହିତାଧିକାରୀଙ୍କ ଗାଁରେ ପହଁଚି ଭତ୍ତା ବଣ୍ଟନ କରିଥିଲେ I ଜଣେ ଯୁବ ସରପଞ୍ଚ ପ୍ରତିନିଧି ନିର୍ବାଚନ ସମୟରେ ଯାହା ଲୋକଙ୍କୁ ପ୍ରତିନିଧି ଶୃତି ଦେଇଥିଲେ ତାହା ଆଜି ପାଳନ କରିପାରିଛନ୍ତି ଶ୍ରୀ ଭୋଇ I ଆଗକୁ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ଯୋଗାଇ ଦେବେ ବୋଲି ପ୍ରତି ଶୃତି ଦେଇଛନ୍ତି I ଯୁବ ସରପଞ୍ଚ ପ୍ରତିନିଧିଙ୍କ ଏଭଳି ପ୍ରୟାସକୁ ପଂଚାୟତ ବାସୀ ଭୁରି ଭୁରି ପ୍ରଶ୍ନସା କରୁଛନ୍ତି I