ଖବର ଆଜିର:ତାରିଖ ୧୮/୦୬/୨୩, ରବିବାର

ଖବର ଆଜିର:ତାରିଖ ୧୮/୦୬/୨୩, ରବିବାର

ଖବର ଆଜିର
ତାରିଖ ୧୮/୦୬/୨୩, ରବିବାର

୧-୬୦୦ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର, ମୈ।ସୁମୀ ବିଳମ୍ବିତ ହେଲେ ବଢ଼ିବ ସମସ୍ୟା।

୨-ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ।କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି ।

୩-‘ମୋ-ଘର’ ଆବେଦନ:୨ ଦିନରେ ୨୦ ହଜାର ଟପିଲା, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅମଲା କଣ୍ଟା!

୪-ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର।

୫-ବଢୁଛି ଭୁବନେଶ୍ୱରର ତାପମାତ୍ରା । ପାଲଟୁଛି କି ଉଷ୍ମ-ଦ୍ୱୀପପୁଞ୍ଜ ସହର? ପାଣିପାଗ ବିଜ୍ଞାନୀଙ୍କ ଟ୍ୱିଟ୍ ପରେ ବଢ଼ିଲା ଚର୍ଚ୍ଚା।

୬-ଆମ ହସ୍ପିଟାଲ ଯୋଜନାରେ କ୍ୟାପିଟାଲ ହସ୍ପିଟାଲ ହେବ ମଡେଲ ହସ୍ପିଟାଲ, ଚିକିତ୍ସା ସୁବିଧା ଅନୁଧ୍ୟାନ କଲେ 5T ସଚିବ।

୭-୨୧ରେ ବାଲେଶ୍ୱର ଆସିବେ ଅଶ୍ୱିନୀ ବୈଷ୍ଣବ : ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଭେଟିବେ।

୮-ରଥଯାତ୍ରା ପାଇଁମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ, ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌।

୯-ଢେଙ୍କାନାଳ:ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ୩ ଜଣଙ୍କ ଗଲା ଜୀବନ।

୧୦-ଗୋପାଳପୁର : ଭାରତୀୟ ବାୟସେନାର ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ଶନିବାର ଗୋପାଳପୁର ମିଲିଟାରୀ ଷ୍ଟେସନରେ ଭାରତୀୟ ସେନାରେ ହେଲେ ସାମିଲ ।

୧୧-ରାୟଗଡ଼ା:ପୁଣି ଲାଇନଚ୍ୟୁତ ହେଲା ୪ଟି ମାଲବାହୀ ଓ୍ଵାଗନ୍‌, କାହାର କିଛି କ୍ଷତି ହୋଇନି।

୧୨-ପ୍ରର୍ଦଶନୀ ପଡ଼ିଆରେ ଦୀର୍ଘ ୮ ବର୍ଷ ପରେ ପୁଣି ପଡିଛି ଅଜନ୍ତା ସର୍କସ ।

୧୩-ଓଡ଼ିଶାରେ ସରକାରୀ ଚାକିରି: ଦଶମ ଓ ଦ୍ୱାଦଶ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,OSSCରେ ଜୁନ୍‌ ୨୬ରୁ କରନ୍ତୁ ଆବେଦନ।

୧୪-ଶିକାରୀଙ୍କ କବଜାରେ ଶିମିଳିପାଳ । ପାଟ୍ରୋଲିଂ ବେଳେ ଶିକାରୀ-ବନ କର୍ମଚାରୀ ମଧ୍ୟରେ ଗୁଳିବିନିମୟ । ପ୍ରାଣ ହରାଇଲେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା।

୧୫-ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ।

୧୬-ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ, ଆୟଠୁ ୨୬୮ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି।

୧୭-ଶବ ଖୋଜୁଛନ୍ତି ସଂପର୍କୀୟ । ପୁଅର ମୃତଦେହ ନେବାକୁ ପଶ୍ଚିମବଙ୍ଗରୁ ଆସିଛନ୍ତି ବାପା, ହେଲେ ବିହାରରେ ସରିଗଲାଣି ଶବଦାହ । ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର।

୧୮-ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ୍:ଭାରତ – ଲେବାନନ୍ ଫାଇନାଲ ଆଜି।

୧୯-ଗୁଜରାଟରେ ପହଁଚି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ ଗୃହମନ୍ତ୍ରୀ ଅମିତ ଶାହା, ଆକାଶମାର୍ଗରୁ ପରଖିଲେ ସ୍ଥିତି।

Leave a Reply

Your email address will not be published. Required fields are marked *