
୧-ଆଜିଠୁ ସ୍ନାତକ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୪ ଯାଏଁ ଚାଲିବ।
୨-JEE ADVANCED ଫଳ ପ୍ରକାଶିତ, ଶୀର୍ଷରେ ଭାଭିଲା ଚିଡଭିଲାସ୍ ରେଡ୍ଡୀ।
୩-ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି; ୪୬ଂ ଛୁଇଁଲା ସମ୍ବଲପୁର।
୪-ଭୁବନେଶ୍ୱର:ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ,ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।
୫-ଆଜି ମହାବାହୁଙ୍କ ନବଯୌବନ ଦର୍ଶନ, ପରମାଣିକ ଦର୍ଶନ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା।
୬-୨୦ ତାରିଖରୁ କମିବ ତାତି ! ୨୨ ପରଠୁ ପ୍ରବଳ ବର୍ଷା ସମ୍ଭାବନା।
୭-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି । ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଚିନ୍ତାରେ ଭକ୍ତ, ସମସ୍ତ ସୁବିଧା ଯୋଗାଇ ଦେବାକୁ ବଡ଼ ଦାଣ୍ଡରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା।
୮-କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟର ବାସିନ୍ଦା ସୁତି ମୁଦୁଲି:ଆଦର୍ଶ ବାପାଙ୍କ କାହାଣୀ; ଦିବ୍ୟାଙ୍ଗ ପୁଅକୁ ୨୫ ବର୍ଷ ଧରି କରିଆସୁଛନ୍ତି ସେବା।
୯-ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ଫୁଟପାଥରୁ ଲୋକଙ୍କୁ ଉଦ୍ଧାର କରିବାକୁ ପାଟ୍ରୋଲିଂ ଟିମକୁ ନିର୍ଦ୍ଦେଶ।
୧୦-ଢେଙ୍କାନାଳ:ଭାରସାମ୍ୟ ହରାଇ ଗଛରେ ପିଟିହେଲା ଇଣ୍ଡିକା ଗାଡି; ୨ ମୃତ, ୩ ଗୁରୁତର।
୧୧-ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି।
୧୨-୯୨%ପ୍ରତିଶତ ମାର୍କ ରଖି ନିଟ୍ ରେ ସଫଳତା ଆଣିଲେ ରାଜକନିକାର ଝିଅ ସ୍ୱାତିରେଖା।
୧୩-ରେମୁଣା:ଜଳିଗଲା ଅଧା ଗାଁ,୧୮ ବଖରା ପୋଡ଼ି ପାଉଁଶ, ଉଦ୍ଧାର ବେଳେ ୪ ଆହତ।
୧୪-ଭୁବନେଶ୍ୱର: ଅଂଶୁଘାତ ମୃତ୍ୟୁ;୨୦ ଅଭିଯୋଗ, ବାଲେଶ୍ଵରରୁ ଜଣେ ମୃତ।
୧୫-ଗୋପାଳନ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରି ଉପକୃତ ହେଉଛନ୍ତି ମାର୍ଶାଘାଇ ଅଂଚଳର ବି-ଟେକ୍ ପଢ଼ୁଆ ଯୁବକ, ଦିନକୁ ଉତ୍ପାଦନ ହେଉଛି ୬୦ରୁ ୬୫ ଲିଟର କ୍ଷୀର।
୧୬-ବଜାରରେ ବଢ଼ୁଛି ମାଟିରେ ତିଆରି ଚା’ କପ୍’ର ଚାହିଦା । ଏହାକୁ ପ୍ରସ୍ତୁତ କରି ଗୃହିଣୀରୁ ସଫଳ ଉଦ୍ୟାଗୀ ହୋଇଛନ୍ତି କଟକ ଡ଼ମପଡ଼ା ଅଂଚଳର ଶକୁନ୍ତଳା।
୧୭-ବିଦେଶିନୀଙ୍କ ହନିଟ୍ରାପରେ ୭୦ ବର୍ଷିୟ ପୂର୍ବତନ ସରକାରୀ ବାବୁ, ୫ବର୍ଷରେ ହରାଇଲେ ୨୦ଲକ୍ଷ ଟଙ୍କା।
୧୮-ମୋଦୀଙ୍କ ‘ମନ୍ କୀ ବାତ୍’ : ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଏକ ଅଦ୍ଭୁତ ମହୋତ୍ସବ।
୧୯-ବିରୋଧ ପରେ ‘ଆଦିପୁରୁଷ’ ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ବଦଳିବ ବିବାଦୀୟ ଡାଇଲଗ୍।