
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପ୍ରବଳ ଝଡ଼ ତୋଫାନ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ପାଣିଜମିଥିବା ବେଳେ ମୁନସିପାଲଟିର 6ନମ୍ବର ୱାର୍ଡରେ ମଇଳା ପାଣି ପଶିବା ଫଳରେ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି। ଆଜି ଅପରାହ୍ନରେ ପ୍ରବଳ ଝଡ଼ ତୋଫାନ ବର୍ଷା ହେବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ମୁନସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, କାଉନସିଲର ଭୁବନେଶ୍ୱର ବାଗ, ମୁନସିପାଲଟି ଅଧିକାରୀ ସମୀର ଠାକୁର ଇତ୍ୟାଦି ଗତ ବର୍ଷ ଏପରି ପରିସ୍ଥିତି ବେଳେ ଆସି ପ୍ରତିକାର କରିବାର ପ୍ରତିଶୃତି ଦେଇ କ୍ଷତି ଗ୍ରସ୍ଥ ଲୋକ ମାନଙ୍କୁ ଆଶ୍ୱାସନା ଦେଇ ଥିଲେ ମଧ୍ୟ ଏଯାବତ କୌଣସି ବ୍ୟବସ୍ଥା ନ କରିବାରୁ ସାଧାରଣ ରେ ଆସନ୍ତି ପ୍ରକାଶ ପାଉଛି। ବର୍ତ୍ତମାନ ଅସରାଏ ବର୍ଷାରେ ଏପରି ପରିସ୍ଥିତି ହେଲେ ଆଗାମୀ ବର୍ଷା ସମୟରେ କଣ ପରିସ୍ଥିତି ସୃଷ୍ଟି ହେବ ତାହା ନେଇ ଚିନ୍ତିତ ସ୍ଥାନୀୟ ବାସିନ୍ଦା।ଜିଲ୍ଲା ପ୍ରଶାସନ ଏ ଦିଗରେ କଡା ନଜର ଦେବାକୁ ସାଧାରଣ ରେ ଦାବି ହେଉଛି.