
୧-ପୁରୀ:ବଡ଼ ଦାଣ୍ଡରେ ଦାରୁ ଦେବତା, ପହଞ୍ଚିଲା ତାଳଧ୍ଵଜ,ବାଟରେ ସୁଭଦ୍ରା ଓ କାଳିଆ ସାଆନ୍ତ।
୨-+୨ ନାମଲେଖା ପାଇଁ ଆବେଦନ ସମୟସୀମା ଜୁନ ୨୬ ଯାଏଁ ବୃଦ୍ଧି।
୩-କେତେ ଭାବ, କେତେ ଭଙ୍ଗୀ ! ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ହେଲେ ଭକ୍ତ।
୪-ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର, ବିସ୍ତୃତ ପ୍ରସ୍ତାବ ଲୋଡିଲା ଜଳ ସମ୍ପଦ ବିଭାଗ।
୫-ସ୍ୱେଚ୍ଛାସେବୀଙ୍କ ସେବାରେ ଧନ୍ୟ ହେଲା କାଳିଆର ବଡ଼ଦାଣ୍ଡ।
୬-ଆଜିଠୁ ଖୋଲିବ ୨୩ ଜିଲ୍ଲାରେ ବିଦ୍ୟାଳୟ।୩ ଜିଲ୍ଲାରେ ୨୨ ଓ ୪ ଜିଲ୍ଲାରେ ୨୩ରୁ ପାଠପଢ଼ା।
୭-କାଳିଆ ଆଗରେ ସଭିଏଁ ସମାନ। ଗହଳି ଭିତରେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ।
୮-ଦିନକ ପରେ ମୌସୁମୀ ଛୁଇଁବ ଓଡିଶା,୨୨ରୁ ପ୍ରବଳ ବର୍ଷା ସମ୍ଭାବନା।
୯-ପୁରୀ ରଥଯାତ୍ରାରେ ଦଳାଚକଟା, ୮ ଭକ୍ତ ଆହତ।
୧୦-ରାଜ୍ୟ ବାହାରେ ଆଡମ୍ବର ସହ ପାଳନ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଗୁଜରାଟ, ଦିଲ୍ଲୀ, ଝାଡଖଣ୍ଡ, ଛତିଶଗଡ, କୋଲକାତାରେ ଗଡିଲା ଚତୁର୍ଦ୍ଧାମୂର୍ତିଙ୍କ ରଥ।
୧୧-କିସ୍ ପରିସର ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା, ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ପରିବେଶ।
୧୨-ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ପ୍ରଭାବରେ ମୌସୁମୀ କରିବ ପ୍ରବେଶ।
୧୩-ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା।
୧୪-ବାହାନଗା ରେଳ ଦୁର୍ଘଟଣା: ସିଗ୍ନାଲ ଜେଇଙ୍କୁ ମାରାଥନ ଜେରା ପରେ ଅଜ୍ଞାତସ୍ଥାନକୁ ନେଲା ସିବିଆଇ।
୧୫-ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
୧୬-ବଜାରରୁ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ଚଳଚଂଚଳ ଅର୍ଥନୀତି । ବଜାରରେ କିଣାବିକା ବଢିବା ସହ ବ୍ୟାଙ୍କରେ ବୃଦ୍ଧି ପାଉଛି ଜମାରାଶି।
୧୭-ଇନଫୋସିସ୍ କୋ ଫାଉଣ୍ଡର ନନ୍ଦନ ନିଲେକଣୀ ଆଇଆଇଟି ବମ୍ବେକୁ ଦେଲେ ୩୧୫ କୋଟି ଟଙ୍କା।
୧୮-ଚଳଚିତ୍ର ଆଦିପୁରୁଷ ପାଇଁ ବଢ଼ିପାରେ ସମସ୍ୟା । ସାରାଦେଶରେ ଚଳଚିତ୍ରର ପ୍ରଦର୍ଶନ ବନ୍ଦ କରିବାକୁ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏନ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି।
୧୯-ଇଣ୍ଡିଗୋର ମେଗା ଡିଲ୍ ଭିତରେ ଆକ୍ସନ ମୋଡରେ ଏୟାର ଇଣ୍ଡିଆ, ୪୭୦ ବିମାନ ପାଇଁ ଚୁକ୍ତିପତ୍ରରେ ହସ୍ତାକ୍ଷର ସ୍ୱାକ୍ଷର।
୨୦-ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ,ଆଜି ଜାତିସଂଘରେ ପାଳିବେ ଯୋଗ ଦିବସ।