
ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଅଯଥା କାମକୁ ନେଇ ଚିନ୍ତାରେ ରହିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିବାହ ପ୍ରସ୍ତାବ ଆସିବ।
ବୃଷ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ପରିବାରର ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେବ।ମିଥୁନ: ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ଆଇନ ମାମଲାରେ ସଫଳତା ମିଳିବ। ସନ୍ତାନଙ୍କ ବ୍ୟବହାରକୁ ନେଇ ଚିନ୍ତାରେ ରହିବେ।
କର୍କଟ: ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଲାଗି ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ସିଂହ: କାର୍ଯ୍ୟରେ ସଫଳତା ମିଳିବ। ଦିନଟି ବ୍ୟସ୍ତତା ଭିତରେ କଟିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ମନୋରଞ୍ଜନରେ ସମୟ ଅତିବାହିତ କରିବେ।
କନ୍ୟା: ଚାକିରିରେ ନୂଆ ସୁଯୋଗ ଜୁଟିବ ଏବଂ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।ତୁଳା: ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ଚାକିରିର ସୁଯୋଗ ମିଳିବ। ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ଧନ ଲାଭର ଯୋଗ ଅଛି।

ବିଛା: କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିବ। ବ୍ୟବସାୟରେ ଲାଭ ମିଳିବ। ଚିନ୍ତାଗ୍ରସ୍ତ ରହିବେ। ଛାତ୍ରଛାତ୍ରୀ ବିଦେଶୀ ଭାଷା ଶିଖୀବା ପ୍ରତି ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ଧନୁ: ଖେଳକୁଦ ପ୍ରତି ବିଦ୍ୟାର୍ଥୀଙ୍କ ଆଗ୍ରହ ପରିଲକ୍ଷିତ ହେବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଜୀବନସାଥୀଙ୍କଠାରୁ ଉପହାର ମିଳିବ। ଘରକୁ ଅତିଥିଙ୍କ ଆଗମନ ହେବ।
ମକର: ଦିନଟି କର୍ମତତ୍ପର ରହିବେ। ବ୍ୟବସାୟକୁ ଆଗକୁ ନେବା ଲାଗି ନୂଆ ଯୋଜନା କରିବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବେ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ।
କୁମ୍ଭ: ବ୍ୟବସାୟଜନିତ ସମସ୍ୟା ଦେଖା ଦେବ। କ୍ୟାରିୟରକୁ ନେଇ ଆଗକୁ ବଢ଼ିବେ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲରେ କଟିବ।
ମୀନ: ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ଗବେଷଣା କରୁଥିବା ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ।