ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ: ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ: ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢ଼ାଉ।  ତେବେ ଚଢାଉ ବେଳେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ବର କାନନ ବିହାର ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ କରାଯାଇଛି। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ୬ଟି ପେଟ ଜବତ ହୋଇଛି । ଟଙ୍କା ଗଣା ମେସିନ ଆଣି ଗଣା ହେଉଛି ବିଡ଼ା ବିଡ଼ା ଟଙ୍କା । ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଛି। ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ ,କାର୍ଯ୍ୟାଳୟ ସହ ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼  ଚାଲିଛି।

Leave a Reply

Your email address will not be published. Required fields are marked *