
୧-ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ,ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।
୨-ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା।
୩-ଭୁବନେଶ୍ୱର:ଦରଦାମ ଆକାଶ ଛୁଆଁ,ଘାରିଲାଣି ମଧ୍ୟାହ୍ନ ଭୋଜନ ପରିଚାଳନା ଚିନ୍ତା।
୪-ଓଡ଼ିଶାରେ ନଡ୍ଡା; ବରଗଡ଼ରେ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର, ଭବାନୀପାଟଣା ସଭା ଉପରେ ସମସ୍ତଙ୍କ ନଜର।
୫-କନ୍ଧମାଳ ଦୁର୍ଗମାଞ୍ଚଳ ସ୍ବାସ୍ଥ୍ୟସେବାରେ ଡ୍ରୋନ୍ ,ପ୍ରଥମ ଦିନରେ ଉଡିଲା ଫୁଲବାଣୀରୁ ତୁମୁଡ଼ିବନ୍ଧ।
୬-SSBରେ ୫୫୫ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୨୫ ତାରିଖ ଶେଷ ଦିନ।
୭-ଭୁବନେଶ୍ୱର: ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ଜାରି ହେଲା SOP।
୮-ସୋନପୁର ମନମୁଣ୍ଡା ପେଟ୍ରୋଲ ପମ୍ପ:ଟ୍ରକ୍କୁ ଧକ୍କା ଦେଲା PCR ଭ୍ୟାନ୍, ମହିଳା ASI ଗୁରୁତର।
୯-ଫ୍ଲୋରେନ୍ସ ନାଇଟ୍ଏଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି,ଓଡ଼ିଶାରୁ ମଞ୍ଜୁଲତା ଓ ସେବତୀଙ୍କୁ ମିଳିଲା ଜାତୀୟ ପୁରସ୍କାର।
୧୦-ଦେଶ ପାଇଁ ଗୌରବ ଆଣିଲେ ଆଠଗଡ ଝିଅ କଳ୍ପନା, ବର୍ଲିନ ଅଲିମ୍ପିକସରେ ପାଇଲେ ରୌପ୍ୟ।
୧୧-ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ: ଜୁଲାଇ ୧୫ରୁ ଭୁବନେଶ୍ୱର-କଟକ ରାଜପଥରେ ଆରମ୍ଭ ହେବ ଲେନ୍ ଡ୍ରାଇଭିଂ।
୧୨-ଭୁବନେଶ୍ୱର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ, ଜୁଲାଇ ୪ ଯାଏଁ ଚାଲିବ।
୧୩-ପୁରୀ: ଶ୍ରୀମନ୍ଦିର ଗର୍ଭ ଗୃହ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ।
୧୪-୫ଟି ଉପକ୍ରମରେ ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ, ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।
୧୫-ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।
୧୬-କନ୍ଧମାଳରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ୨୦ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ ଓ ପୁନରୁଦ୍ଧାର।
୧୭-ଆସାମରେ ଜଳପ୍ରଳୟ । ୪୪ହଜାର ବନ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ୫ଦିନ ପାଇଁ ଆଇଏମଡି ଜାରି କଲା ରେଡ ଆଲର୍ଟ।
୧୮-ମଣିପୁରରେ ବିଗୁଡିଛି ସ୍ଥିତି । ଆସାମ ରାଇଫଲସ ଓ ଉପଦ୍ରବକାରୀଙ୍କ ମଧ୍ୟରେ ଗୁଳିମାଡ଼ରେ ୨ମୃତ, ଜୁନ ୨୪ରେ ସର୍ବଦଳୀୟ ବୈଠକ ଡକାଇଲେ ଗୃହମନ୍ତ୍ରୀ।
୧୯-୨୦୨୪ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିହାରରେ ବିରୋଧୀଙ୍କ ମେଳି, ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ।
୨୦-ହ୍ବାଇଟ ହାଉସରେ ମୋଦୀ,୨୧ ତୋପ ସଲାମୀ ସହ ହ୍ବାଇଟ ହାଉସ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ।