ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି  “ସାରା ଦେଶର ଅନେକ ଲୋକ ନୂଆ ନୂଆ ଶୌଳୀରେ ଆମ କଳାକୁ ଲୋକପ୍ରିୟ କରୁଛନ୍ତି। ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଥା ଦେଖନ୍ତୁ। ସେ ଇଞ୍ଜିନିୟରିଂ ଛାତ୍ର ହୋଇଥିଲେ ବି ଗତ କିଛି ମାସ ହେବ ପଟ୍ଟଚିତ୍ର କଳା ଶିଖିବା ସହିତ ସେଥିରେ ନିପୁଣ ହୋଇଯାଇଛନ୍ତି।” ସଫ୍ଟ ଷ୍ଟୋନ୍‌ରେ ପେଣ୍ଟ କରି ସେ ଲୋକପ୍ରିୟ ହୋଇଛନ୍ତି ବୋଲି ମୋଦି କହିଛନ୍ତି।

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ଆହୁରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ କଲେଜ୍ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ କିଛି ସଫ୍ଟ ଷ୍ଟୋନ୍ ମିଳିଥିଲା। ସେ ଏହି ସଫ୍ଟ ଷ୍ଟୋନ୍‌କୁ ଆଣି ସଫା କରି ପ୍ରତିଦିନ ଏହାରି ଉପରେ ଦୁଇଘଣ୍ଟା ଧରି ଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ଏବଂ ସାଙ୍ଗମାନଙ୍କୁ ଉପହାର ମଧ୍ୟ ଦେଉଥିଲେ।

Adv -ଖୁବ ଶୀଘ୍ର ଆସୁଅଛି

ଲକ୍‌ଡାଉନ୍‌ ସମୟରେ ସମୟ ନଷ୍ଟ ନ କରି ସେ ବୋତଲ ଉପରେ ମଦ୍ୟ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ଏବେ ପଟ୍ଟଚିତ୍ର ଉପରେ ୱାର୍କସପ୍ ବି ଆୟୋଜିତ କରୁଛନ୍ତି। ଏମିତିକି କିଛିଦିନ ପୂର୍ବରୁ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥରରେ ପଟ୍ଟଚିତ୍ର ଆଙ୍କି ଏକ ନୂତନ ଶୈଳୀରେ ଦେଶର ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।” ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରି ଆର୍ଟ ଓ କଳା କ୍ଷେତ୍ରରେ ଅନେକ କିଛି ଶିଖାଯାଇପାରେ ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *