
ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଚାଇଁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି 2 ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି।ଗତକାଲି ବିଳମ୍ବିତ ରାତ୍ରରେ, ଏହି ଅଗ୍ନିକାଣ୍ଡ ଘଟିଥିଲା,

ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାପତ୍ର ସମେତ ଗୋଟିଏ ଗାଈ ଓ ଛଅ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି, ଖବର ପାଇ ଆଗରପଡା ରୁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା,ଏହି ଅଗ୍ନିକାଣ୍ଡ ରେ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି