
୧-ପୁରୀ:ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର।
୨-ରାଜ୍ୟରେ କମିଛି ବର୍ଷା : ଟାଇଁ ଟାଇଁ ହେଉଛି ଖରା, ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ।
୩-ହାଣ୍ଡିଶାଳରେ ଚଡକ: ଟଙ୍କା ସରୁଛି ସତ, ହେଲେ ପୁରୁନି ପରିବା ବ୍ୟାଗ୍
୪-ଜଷ୍ଟିସ ପ୍ରମଥ ପଟ୍ଟନାୟକ ହେଲେ ରାଜ୍ୟ ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ।
୫-୨୦୯ ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତ,ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫-ଟି ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
୬-ବାହାନଗା ରେଳ ଦୁର୍ଘଟଣା: ସଙ୍କେତ, ଯୋଗାଯୋଗ, ଟ୍ରାଫିକ ଅଧିକାରୀଙ୍କ ତୃଟିରୁ ଅଘଟଣ।
୭-ନନ୍ଦପୁର:ରାଇପାହାଡର ୧୫ ପରିବାରକୁ ଆନ୍ଧ୍ର ବାଣ୍ଟିଛି ଜଙ୍ଗଲ ଜମି ପଟ୍ଟା।
୮-ISI ହାତରେ ଓଡ଼ିଶା ସିମ୍ କାର୍ଡ:ପୁଣେରୁ ସଫ୍ଟୱେର ଇଞ୍ଜିନିୟର ଗିରଫ।
୯-ଚଳିତ ଖରିଫ ଋତୁ ଲାଗି ଚାଷୀଙ୍କ ପଞ୍ଜିକରଣ ୧୫ରୁ ଆରମ୍ଭ।
୧୦-ପୁରୀ: ନୀଳାଦ୍ରି ବିଜେ ତିଥିରେ ଶ୍ରୀ ଜୀଉଙ୍କୁ ୧୦ କ୍ଵିଣ୍ଟାଲ ରସଗୋଲା ଅର୍ପଣ।
୧୧-କିଟ୍ ଟିବିଆଇକୁ ବାୟୋସ୍ପେକ୍ଟ୍ରମ୍ ଏକ୍ସେଲେନ୍ସ ପୁରସ୍କାର।
୧୨-କଟକ:ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ସଂଯୋଗ ରାସ୍ତା, ସ୍ଥିତି ଅନୁଧ୍ୟାନ କଲେ ପ୍ରମୁଖ ସଚିବ।
୧୩-ଗଞ୍ଜାମ ଜିଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ ।
୧୪-ପୁରୀରେ ହୋଟେଲ ନାଁରେ ନକଲି ସାଇଟ୍: ଅନଲାଇନରେ ବୁକିଂ କରି ଫସିଲେ ପର୍ଯ୍ୟଟକ।
୧୫-ରାୟଗଡ଼ା:ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ: ପୋଡିଦେଲେ ହାଇଓ୍ୱା ସମେତ ୯ଟି ମେସିନ୍।
୧୬-ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ୭ତାରିଖ ସୁଦ୍ଧା ୩ ଜଣ ଏସ୍ଡିଜେଏମ୍ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
୧୭-ଝାରପଡ଼ା:କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା: ୪୮ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ।
୧୮-ନୂଆଦିଲ୍ଲୀ:୨୦ରୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ, ଅଗଷ୍ଟ ୧୧ ଯାଏଁ ଚାଲିବ।
୧୯-ଆଇସିସିର ନିୟମ ମୁତାବକ ୱେଷ୍ଟଇଣ୍ଡିଜ ଟିମ୍ ୨୦୨୩ ବିଶ୍ୱକପରୁ ବାଦ ପଡିଛି ।
୨୦-କର୍ଣ୍ଣାଟକରେ ୧ ଜୁଲାଇରୁ ଆରମ୍ଭ ହେଲା ‘ଅନ୍ନ ଭାଗ୍ୟ’ ଓ ‘ଗୃହ ଜ୍ୟୋତି’ ସ୍କିମ୍, ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ୍।
୨୧-ନୁଆଦିଲ୍ଲୀ:ଲଞ୍ଚ ହେବ ୟୁକ୍ଲିଡ୍ ଟେଲିସ୍କୋପ୍, ମହକାଶର ରହସ୍ୟକୁ ଜାଣିବାରେ ହେବ ସହାୟକ।
୨୨-ପ୍ୟାରିସ୍ : ଜଳୁଛି ଫ୍ରାନ୍ସ,୧୩୦୦ ଗିରଫ,୪୫ ହଜାର ପୁଲିସ ମୁତୟନ।