
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ୍ ପଞ୍ଚାୟତ ଉମେଲ୍ ଗ୍ରାମର ଦେବେନ୍ଦ୍ର ଖିଲ ନାମକ ଜଣେ ବ୍ୟକ୍ତି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ଠାରେ ଆମାଜନ କମ୍ପାନୀରେ ଏକ ବର୍ଷ ଦୁଇ ମାସ ହେବ ସେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। କୋରାପୁଟ ଯୋଜନା ବଡ଼ ଅଧକ୍ଷ ତଥା ବିଧାୟକ ରଘୁରାମ ପଡାଲ ପରିବାରଙ୍କୁ ଶାନ୍ତାନା ଦେବା ସହ ନନ୍ଦପୁର ଥାନା ଏକ ଲିଖିତ ଅଭିଯୋଗ କରି ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ତେବେ ଉଡ଼ାଜାହାଜ ମାଧ୍ୟମରେ ବିଶାଖାପାଟଣା ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକେ ମୃତ ଶରୀର ପହଞ୍ଚି ଶବ ଶତ୍କାର କରାଯାଇଛି ।ଏଥିରେ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ହନ୍ତାଳ ଶବ ଆଣିବାରେ ସହଯୋଗ କରିଥିଲେ।ତେବେ ମୃତ ଦେବେନ୍ଦ୍ର କୋରାପୁଟ ମେଡିକାଲ ଠାରେ ୬ ମାସ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରିଥିଲେ କିନ୍ତୁ ଦରମା ନମିଳିବାରୁ ସେ କାମ ଛାଡି ବେଙ୍ଗାଲୁରୁ ଯାଇ କାମ କରୁଥିବା ସମୟରେ ଏପରି ଘଟିଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।