
ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସହର ଆଜାଦ ଚୌକ ପାଖରେ 3ନଂ ୱାର୍ଡ ଦଳପଡ଼ା ରାସ୍ତା ତଥା ଖଡ଼ିଆଳ ରୁ ସିନାପାଲି ମୁଖ୍ୟ ରାସ୍ତା ରେ ସ୍ଥିତ 50-60ବର୍ଷ ପୁରୁଣା ଭଙ୍ଗା ଦଦରା କୋଠାଘର ବିପଦ ସଂକୁଳ ଅବସ୍ଥା ରେ ଥିବାରୁ ତାହାର ପ୍ରତିକାର କରିବା ଲାଗି ଦଳପଡ଼ା ବାସୀ ତଥା ଜନ ସାଧାରଣ ଅଭିଯୋଗ କରିଛନ୍ତି l ଏ ବାବଦ ନେଇ ଦଳପଡ଼ା ବାସୀ ଖଡ଼ିଆଳ NAC କତୃପକ୍ଷ, ତହସିଲ ଅଫିସ କତୃପକ୍ଷ ଏବଂ ଘର ମାଲିକ ଙ୍କୁ ତାର ପ୍ରତିକାର ପାଇଁ କହିବା ସତ୍ତେ ଆଜି ଯାଏଁ ସେଇ ଅବସ୍ଥାରେ ପଡ଼ିରହିଛି। ଫଳରେ କିଛି ଅଘଟଣ ଆଗରୁ ତାର ସୁବ୍ୟବସ୍ଥା କରିବାକୁ ପ୍ରଶାସନକୁ ଦଳପଡ଼ା ବାସୀ ନିବେଦନ କରିଛନ୍ତି l