
ଦୁଇ ଅପରାଧିକ ଘଟଣାର ପର୍ଦାଫାସ କରିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ।ଏଥିଲାଗି ମାହାଙ୍ଗା ଥାନା ପରିସରରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ତେବେ କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପିଙ୍କ ସୂଚନାମୁତାବକ 2ଟି ଘଟଣାରେ 5ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି l 5 ଜଣଙ୍କ ନାମରେ ବିଭନ୍ନ ଥାନାରେ ଏକାଧିକ ମାମଲା ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା ଗ୍ରାମାଞ୍ଚଳ ଅଡିସନାଲ ଏସ୍ପି କୃଷ୍ଣପ୍ରସାଦ ପଟ୍ଟନାୟକ l ଏହି ସମ୍ମିଳନୀ ରେ ଏସଡିପିଓ ବିମଳ କୁମାର ବାରିକ, ମାହାଙ୍ଗା ଥାନା ଆଇଆଇସି ବିଜୟ କୁମାର ମଲିକ ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ l