ପ୍ରେମୀ ଯୁଗଳକୁ ହତ୍ୟା ମାମଲାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କଲା ଧର୍ମଗଡ଼ ପୋଲିସ

ପ୍ରେମୀ ଯୁଗଳକୁ ହତ୍ୟା ମାମଲାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କଲା ଧର୍ମଗଡ଼ ପୋଲିସ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୋଲିସ ଦ୍ଵାରା ପ୍ରେମୀ ଯୁଗଳକୁ ହତ୍ୟା କରିଥିବା ତିନି ଅଭିଯୁକ୍ତ କାରି ଗିରଫ । ସୂଚନା ଅନୁଯାୟୀ ବାଞ୍ଜିପଦର ଧର୍ମଗଡ଼ ଥାନା ଅଧୀନସ୍ଥ ଜେମା ମଣି ପଟେଲ ଓ଼ ସୁନୀଲ ପଟେଲ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଏକଥା ଜାଣିବା ରଥ ଯାତ୍ରା ଦିନ ଏହି ପ୍ରେମି ଯୁଗଳଙ୍କୁ ଝରଗାତଗୁଡା ନଲା ଠାରେ ହତ୍ୟା କରି ଏକ ଗଛରେ ଟାଙ୍ଗି ଦେଇ ଆତ୍ମ ହତ୍ୟାର ରୂପ ଦେଇଥିଲେ ଅଭିଯୁକ୍ତ ମାନେ। କିନ୍ତୁ ସୁନୀଲର ବାପା ଏହା ହତ୍ୟା ବୋଲି ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ କନେଶ୍ୱର ପଟେଲ,ଦେବେନ୍ଦ୍ର ପଟେଲ ଏବଂ ଠଣସୁନ୍ଦର ନାଏକ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

Leave a Reply

Your email address will not be published. Required fields are marked *