
ବରଗଡ଼ ସହର ରୁ ୮ କିଲୋମିଟର ଦୂରରେ ଥିବା ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଏବଂ ପରିବାର ସଦସ୍ୟ ଙ୍କୁ କମ ଭଡାରେ ନେବା ଆଣିବା କରିବା ପାଇଁ ବରଗଡ଼ ପୌରପରିଷଦ ପକ୍ଷରୁ ୮ ଟି ଇ ରିକ୍ସା ଚଳା ଚଳ କରାଯାଇଥିଲା ତେବେ ଉକ୍ତ ଇ ରିକ୍ସା ଚାଳକ ମାନେ ଅନ୍ୟ ସ୍ଥାନରୁ ମଧ୍ୟ ପାସେଞ୍ଜର କମ ଦରରେ ନେବା ଆଣିବା କରିବା କୁ ବିରୋଧ କରି ବରଗଡ଼ ଅଟୋ ରିକ୍ସା ମାଲିକ ସଙ୍ଘ ତରଫରୁ “ଇରିକ୍ସା” ଚାଳକଙ୍କ ବିରୁଦ୍ଧରେ ପୋୖର ପରିଷଦ ଘେରାଉ କରାଯାଇଛି ।ଅଟୋ ରିକ୍ସା ମାଲିକ ସଙ୍ଘ ତରଫରୁ ସଙ୍ଘର ସଭାପତି ପ୍ରୀତମ ସିଂହଙ୍କ ନେତୃତ୍ୱରେ “ଇରିକ୍ସା” ବିରୁଦ୍ଧରେ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଳୟରେ ଶହ ଶହ ଅଟୋ ଚାଳକମାନଙ୍କ ଦ୍ଵାରା ଘେରାଉ କରାଯାଇ ପ୍ରତିବାଦ କରାଯିବା ପରେ ପୌର ପରିଷଦ ପକ୍ଷରୁ ୩ ଜଣ ଇ ରିକ୍ସା ଚାଳକ ଙ୍କୁ ନିଲମ୍ବିତ କରାଯାଇଛି ।ତେବେ ପୌର ପରିଷଦ ପକ୍ଷରୁ ଦିଆଯାଇଥିବା ଇରିକ୍ସା ଗୁଡିକ ରୋଗୀ ସେବା ପାଇଁ ଉପଯୋଗ ହେବା ତଥା ବରଗଡରୁ ଖେଦାପାଲି ସ୍ଥିତ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା କୁ ରୋଗୀ ମାନଙ୍କୁ ନେବା ପାଇଁ ବ୍ୟବହାର ହେବା, ସହରର ବିଭିନ୍ନ ଛକ ରୁ ରୋଗୀଙ୍କୁ ସରକାରୀ,ବେସରକାରୀ ଚିକିତ୍ସାଳୟ କୁ ନେବା ପାଇଁ ପୌର ପରିଷଦ ତରଫରୁ ରୁଟ ସ୍ଥିର କରାଯାଇଥିଲା ମାତ୍ର ଇ ରିକ୍ସା ଚାଳକ ମାନେ ତାହା ନ କରି ପାସେଞ୍ଜର ମାନଙ୍କୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ପରିବହନ କରୁଛନ୍ତି ବୋଲି ଅଟୋ ରିକ୍ସା ମାଲିକ ସଂଘ ଅଭିଯୋଗ କରିଆସୁଥିଲା ।ଏଥିସହ ଆବଶ୍ୟକ ଠାରୁ ଅଧିକ ସଵାରୀ ବସାଇ ପରିବହନ ନିୟମ କୁ ଉଲଂଘନ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାହୋଇଛି । ତେଣୁ ଇରିକ୍ସା ଚାଳକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିକାରୀ ସଂଘ ପକ୍ଷରୁ ବରଗଡ଼ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଶେଷରେ ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଜଣ ଇରିକ୍ସା ଚାଳକଙ୍କୁ କାର୍ଯ୍ୟ ରୁ ବହିଷ୍କୃତ କରିବାପରେ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା ।