
ଓଡିଶା ଡ୍ରାଇଭର ମହାସଂଘ ସୋନପୁର ଶାଖା ପକ୍ଷ ରୁ ବଡ଼ ଝିଙ୍କି ଠାରେ ଡ୍ରାଇଭର ୟୁନିଅନ ଅଫିସ ଠାରେ ଡ୍ରାଇଭର ପାଳିତ ହୋଇଯାଇଛି। ଏକ ବଡ ପଟୁଆର ରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିର ରୁ ବାହାରି ଝିଙ୍କି ସ୍ଥିତ ନୂତନ ଅଫିସ କୁ ଶୋଭା ଯାତ୍ରା ରେ ଯାଇଥିଲେ। ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାସହ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିୟୁରବl ସଂସ୍ଥା ପକ୍ଷ ରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ପ୍ରଶାସନ ପକ୍ଷ ରୁ ପ୍ରତିଶୁତି ଦେଇ ସଂଘ ର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ କହିଥିଲେ। କାର୍ଯ୍ୟକ୍ରମ କୁ ଓଡ଼ିଶା ଡ୍ରାଇଭର ମହାସଂଘ ର ଉପ ସଭାପତି ଜ୍ୟୋତି ରଂଜନ ପ୍ରଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ନିରାକାର ଦାଶ, ସୁବାସ ବିଶୋଇ,ପପୁ, ଅକ୍ଷୟ ଥପା ପ୍ରମୁଖ ଉପସ୍ଥିତ ଥିଲେ ।