ଭାରସାମ୍ୟ ହରାଇ ଓଲଟି ପଡିଲା ପେଟ୍ରୋଲ ଟ୍ୟାଙ୍କର ଡ୍ରାଇଭର ଗୁରୁତର

ଭାରସାମ୍ୟ ହରାଇ ଓଲଟି ପଡିଲା ପେଟ୍ରୋଲ ଟ୍ୟାଙ୍କର ଡ୍ରାଇଭର ଗୁରୁତର

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଗଡା ନିକଟରେ ଏକ ପେଟ୍ରୋଲ ଟ୍ୟାଙ୍କର ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିବାବେଳେ ଡ୍ରାଇଭର କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଛି। ହେଲ୍ପର ର ଏ ଯାଏଁ ପତା ମିଳିନି। ପାରାଦୀପ ରୁ ମାଲକାନଗିରି କୁ ଯାଉଥିଲା ଏହି ଗାଡି ଦୁର୍ଘଟଣା ହେବା ପରେ ଟାଙ୍କିରେ ଥିବା ପେଟ୍ରୋଲ ଓ ଡିଜେଲ ଲିକେଜ ହୋଇଛି. ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସି ଲିକେଜ ବନ୍ଦ କରିଛନ୍ତି. ହେଲେ ଗାଡ଼ିରେ ଥିବା ହେଲପର ଗାଡି ତଳେ ଚିପି ରହିଛି ନା କୁଆଡେ ଫରାର ହୋଇଯାଇଛି ତାହା ଟ୍ୟାଙ୍କର କୁ ଉଠାଇଲା ପରେ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *