
ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ପଞ୍ଚାୟତ ସଭାଗୃହରେ ସ୍ୱଳ୍ପ ସଞ୍ଚୟ ସଂଗଠନ , ଜିଲ୍ଲା ପ୍ରଶାସନ କଟକ ପକ୍ଷରୁ ସହକାରୀ ନିର୍ଦ୍ଦେଶକ ରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସାକ୍ଷରତା ଓ ସଞ୍ଚୟ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଟକ ସିଟି ପୋଷ୍ଟାଲ ଡିଭିଜନ ର ବରିଷ୍ଠ ଡାକ ଅଧିକ୍ଷକ ସର୍ବେଶ୍ୱର ମିଶ୍ର ଯୋଗଦେଇ ସାଧାରଣ ଲୋକ ମାନେ ଆର୍ଥିକ କ୍ଷେତ୍ର ରେ ସ୍ବାବଲମ୍ବୀ ହେବା ସହିତ କିଭଳି ଭାବେ ଜାତୀୟ ସରକାରୀ ବ୍ୟାଙ୍କ ଓ ଡାକଘର ର ବିଭିନ୍ନ ପ୍ରକାର ର ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ବ୍ଲକ ର ବିଡ଼ିଓ ଦିବ୍ୟରଞ୍ଜନ ସ୍ମୃତି ରଞ୍ଜନ ଦେଓ, ଏଲଡିଏମ ରାଜେଶ୍ ବେହେରା ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ସ୍ୱଳ୍ପ ରୋଜଗାର ରେ ବ୍ୟାଙ୍କ ରେ ସଞ୍ଚୟ କରିବା ଏବଂ ସରକାରୀ ସ୍ୱାସ୍ଥ୍ୟବୀମା , ଜୀବନ ବୀମା ଓ ଅଟଳ ପେନସନ ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ l ପଞ୍ଚାୟତ ର ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ଡାକଘର ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।