
୧-ରାଜଘାଟରେ ବିଶ୍ୱନେତା : ଗାନ୍ଧିଙ୍କ ସ୍ମୃତିଚାରଣ ସହ ଦେଲେ ଶ୍ରଦ୍ଧାଞ୍ଜଳି ।
୨-ଶେଷ ହେଲା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ, ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ, ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୩-ତୃତୀୟ କକ୍ଷପଥ ପାର କଲା ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ ଏଲ୧, ଏବେ ପୃଥିବୀ ଚାରିପଟେ ଚୁତର୍ଥ କକ୍ଷପକ୍ଷରେ ପରିଭ୍ରମଣ କରୁଛି ଆଦିତ୍ୟ ଏଲ୧।
୪-ଦୁର୍ନୀତି ନିବାରଣ ଜାଲରେ ମହିଳା କର୍ମଚାରୀ:୫ ବର୍ଷରେ ଧରା ପଡ଼ିଛନ୍ତି ୧୬୮।
୫-ସମ୍ବଲପୁର:ଗ୍ୟାସ୍ ସିଲିଣ୍ଡର ଫାଟି ଉଡ଼ିଗଲା ଘରର ଆଜବେଷ୍ଟସ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ।
୬-ମାଲକାନଗିରି:ପୋଲିସକୁ ସଫଳତା, ୩ ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ।
୭-ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ; ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
୮-ବରଗଡ଼ ସୋହିଲାରେ ପୁରା ପରିବାର ବିଷ ପିଇବା ଘଟଣା: ପୁଅ ଓ ଝିଅ ମୃତ, ମାଆ ଗୁରୁତର।
୯-ଯାତ୍ରୀଙ୍କୁ ନିଶା ଦେଇ ଲୁଟିଲେ ଅଟୋ ଚାଳକ, ଏୟାର ଫିଲ୍ଡ ଥାନାରେ ମାମଲା ରୁଜୁ।
୧୦-BJDରେ ଥମୁନି ସୌମ୍ୟ କମ୍ପନ: ପୁଣି ଟାର୍ଗେଟ୍ କଲେ MP ଅମର ପଟ୍ଟନାୟକ, ଆକ୍ସନ୍ ନେବ ଦଳ!
୧୧-କାମାକ୍ଷାନଗର:ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ମହାନତା, ଆହତ ମହିଳାଙ୍କୁ ମେଡିକାଲକୁ ପଠାଇଲେ।
୧୨-ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ, ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର ।
୧୩-ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ରାଜଘାଟରେ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜି-୨୦ ନେତା।
୧୪-ଅକ୍ଷରଧାମ ମନ୍ଦିରରେ ଅଭିଷେକ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ।
୧୫-ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ଦର୍ଶକ ନିରାଶ।ଅତିରିକ୍ତ ଦିବସକୁ ଗଲା ଭାରତ-ପାକିସ୍ତାନ ମୁକାବିଲା।
୧୬-ନ୍ୟୁୟର୍କ : ଆମେରିକାର କୋକୋ ଗୌଫ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି ।
୧୭-ମରକ୍କୋ ଭୂକମ୍ପ : ୨ହଜାର ଟପିଲା ମୃତ୍ୟୁ ସଂଖ୍ୟା,୨୦୦୦ରୁ ଅଧିକ ଲୋକ ଆହତ ।