ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା

“ଅନ୍ୟ ଲୋକଙ୍କ ଜମିର ବୀମା କରି ହଡ଼ପ କଲେ ବୀମାରାଶି l”

ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଅଫିସ ରେ ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ଶିବିର ରେ ଖଡ଼ିଆଳ ରୁ ଆସିଥିବା ଅଭିଯୋଗ ଜନସାଧାରଣ ଭିତରେ ଘୋର ଚର୍ଚ୍ଚା ର ବିଷୟ ହୋଇଛି l ଖଡ଼ିଆଳ ନିବାସୀ ଶ୍ରୀଯୁକ୍ତ ଦିଲୀପ କୁମାର ତ୍ରିବେଦୀ ଙ୍କ ନାମରେ ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଂଚାୟତ ର ସାନମାହେଶ୍ୱର ମୌଜା ଖାତା ନଂ 27 ରେ 12.08 ଏକର ଜମି ରହିଛି l ତ୍ରିବେଦୀ ଜୀ ଙ୍କ ଅଭିଯୋଗ ଯେ, 2022-23 ବର୍ଷରେ ଜମି ବୀମା କରି ନ ଥିଲେ l କିନ୍ତୁ ଏହି ବର୍ଷ ତାଙ୍କ ଜମି ର ବୀମା କରଯିବା ସହ ଚାରି ଜଣ 4 ହିତାଧିକାରୀଙ୍କ ନାମରେ ପ୍ରାୟ ଦୁଇଲକ୍ଷ୍ୟ ଉର୍ଦ୍ଧ ଟଙ୍କା ବୀମାରଶି ପୈଠ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛନ୍ତି l ଶ୍ରୀଯୁକ୍ତ ତ୍ରିବେଦୀ ତଦନ୍ତ କରି ଜାଣିବାକୁ ପାଇଲେ ଯେ, ଖଡ଼ିଆଳ ବ୍ଲକ ଖାସବାହାଲ ପଂଚାୟତ ଅନ୍ତର୍ଗତ ବାଙ୍କାପୁର ଗ୍ରାମ ର 4 ଚାରି ଜଣ ହିତାଧିକାରୀଙ୍କ ତୁକଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଜମା ଖାତାରେ ବୀମାରଶି ପୈଠ ହେଇଛି l ସୂଚନା ଯୋଗ୍ୟ ଯେ, ବାଙ୍କାପୁର ସାନ ମହେଶ୍ୱର ଠାରୁ 22 କି. ମି. ଦୂରରେ ଅଛି l ଏଠାରେ ପ୍ରଶ୍ନ ଉଠୁଛି ଯେ, ବାଙ୍କାପୁର ଗ୍ରାମର ହିତାଧିକାରୀ ସାନ ମହେଶ୍ୱର ଗ୍ରାମରେ ଥିବା ଅନ୍ୟ ଜଣଙ୍କ ଜମିର ହିତାଧିକାରୀ ଭାବରେ କିପରି ବିବେଚିତ ହେଲେ l ଏହିପରି ଅନିୟମିତତା ପାଇଁ ଏକ ରେକେଟ ଥିବା ସନ୍ଦେହ କରି ଏହା ର ତଦନ୍ତ ପାଇଁ ଶ୍ରୀଯୁକ୍ତ ତ୍ରିବେଦୀ ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଇନସୁରେନ୍ସ କମ୍ପାନୀ ରୁ ତଥ୍ୟ ସଂଗ୍ରହ କରି କଡା ତଦନ୍ତ କରିବା ପାଇଁ କୃଷି ବିଭାଗ ର ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି l ଅନିୟମିତତା ପ୍ରମାଣିତ ହେଲେ ନିୟମ ଅନୁଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

Leave a Reply

Your email address will not be published. Required fields are marked *