ସୋମବାର ରାଶିଫଳ (୧୧-୦୯-୨୦୨୩)

ସୋମବାର ରାଶିଫଳ (୧୧-୦୯-୨୦୨୩)

ମେଷ: ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଚିନ୍ତା ଅବସାଦରେ ଦିନ ବିତିବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି।

ବୃଷ: ଅଚାନକ ଖୁସି ଖବର ପାଇବେ। ଅନ୍ୟଙ୍କୁ ଉଧାର ଦିଅନ୍ତୁ ନାହିଁ। ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ନୂତନ ବସ୍ତୁ କିଣିପାରନ୍ତି। ନୂତନ ବ୍ୟବସାୟ କରିବାରେ ଲାଭ ମିଳିବ। ପୂଜାର୍ଚ୍ଚନାରେ ସମୟ ବିତିବ।

ମିଥୁନ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ସାମାଜିକ କାର୍ଯ୍ୟରେ ଉଚ୍ଚପ୍ରଶଂସିତ ହୋଇପାରନ୍ତି।

କର୍କଟ: ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଅଯଥା ଖର୍ଚ୍ଚ ହେବ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ବ୍ୟବହାରରେ ସଂଯମତା ଆଚରଣ ଦେଖାନ୍ତୁ। ଶାରୀରିକ ଓ ମାନସିକ ଚିନ୍ତା ଦେଖାଦେଇପାରେ।

ସିଂହ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପରିବାର ବା ବନ୍ଧୁଙ୍କ ସହିତ ଦୂରସ୍ଥାନ ଯାତ୍ରା କରିପାରନ୍ତି। ମନ ହାଲୁକା ରହିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରନ୍ତୁ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତି। ମହିଳାଙ୍କ ଦାୟିତ୍ବ ବଢ଼ିବ।

ତୁଳା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। ବାଦ- ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ଆର୍ଥିକ ସହଯୋଗ ପାଇବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ଅଯଥା ଯୁକ୍ତି କରନ୍ତୁନି। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି କରିବେ। ପ୍ରେମ ବ୍ୟାପାରରେ ଶୁଭ ଖବର ମିଳିବ ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତହେବ। ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ବିପରୀତ ସମୟରେ ଧୈର୍ଯ୍ୟହରା ହେବା ଆଦୌ ଅନୁଚିତ। ଜମି କିଣା ଯୋଗ ରହିଛି।

Leave a Reply

Your email address will not be published. Required fields are marked *