
କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ଏବଂ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଗାଡି ଉପରକୁ ଅଣ୍ଡା ମାଡ ସହ କଳା ପତାକା ପ୍ରଦର୍ଶନ କରିଛନ୍ତି ଜିଲ୍ଲା ଯୁବ କଂଗ୍ରେସ କର୍ମକର୍ତ୍ତା
ବିଧାୟକ ମାନେ ସେଠାରେ ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ କୁ ଯାଉଥିଲା ବେଳେ ଘଟିଛି ଏହି ଘଟଣା । ଗୁରୁ ଦିବସ ରେ ମମିତା ମେହେର ଭଳି ଜଣେ ଗୁରୁ ଙ୍କ ହତ୍ୟା ଅଭିଯୋଗରେ ସମୃକ୍ତି ଥିବା ବିଧାୟକ ଆସିଥବା ଅଭିଯୋଗ କରିଛି ଯୁବ କଂଗ୍ରେସ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।