ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ ପ୍ରଦାନ

ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ ପ୍ରଦାନ

ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି I ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି,ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ,କୋଷାଧ୍ୟକ୍ଷ କେ ବୁଲୁ ପାତ୍ର,ସହସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଶିକ୍ଷକ ପବିତ୍ର କୁମାର ପ୍ରଧାନ,ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଏବଂ ଛାତ୍ରୀ ସ୍ମିତାରାଣୀ ସାହୁ ଗୁରୁଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ବଣିକ ସଂଘ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭ୍ୟ ସୁଦାମ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ I ବେଲଗୁଣ୍ଠା ଏନ୍ଏସିର ସମସ୍ତ ସ୍କୁଲ ର ଶହେରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଏବଂ ଉପହାର ଦେଇ ସମ୍ମାନୀତ କରାଯାଇଥିଲା I

Leave a Reply

Your email address will not be published. Required fields are marked *