ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ

ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ

ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଗୁରୁ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ, ପଦ୍ମଜା ପତି, କୁମୁଦିନୀ ପାଣିଗ୍ରାହୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅତୀତର ଗୁରୁ ଶିଷ୍ୟ ପରମ୍ପରାର ସ୍ମୃତି ଚାରଣ କରିଥିଲେ । ଶିକ୍ଷକ ସଦାନନ୍ଦ ଜାଲ୍ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଶିକ୍ଷୟିତ୍ରୀ ମମତା ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅମୃତଲାଲ ବେହେରା, ପୂର୍ଣ୍ଣିମା ପ୍ରଧାନ, ପ୍ରିୟବ୍ରତ ବିଶି, ଶିବାନନ୍ଦ ମହାନ୍ତି, ବୀଣାପାଣି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପୁରାତନ ଛାତ୍ର ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହାୟତା ରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ଜଗଦୀଶ ଗୋଲପୁରିଆ ଏହି ଉପଲକ୍ଷେ ବୃକ୍ଷ ରୋପଣ ପାଇଁ ସେ ୫୪ ଗୋଟି ବୃକ୍ଷଚାରା ବିଦ୍ୟାଳୟ କୁ ପ୍ରଦାନ କରିଥିଲେ । ଏହି ବୃକ୍ଷରୋପଣ ରେ ବିଦ୍ୟାଳୟ ର ପୂରାତନ ଛାତ୍ର ଦିବ୍ୟକିଶୋର ଦେବତା, ବିଶ୍ବଜିତ ମିଶ୍ର, ପିକୁ ମିଶ୍ର, ସତ୍ୟଜିତ ଦାଶ, ଲ‍ଳାଟେନ୍ଦୁ ଦାଶ, ବିରେନ୍ଦ୍ର ପ୍ରଧାନ, ବିଜୁ ମିଶ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *