ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସୋନପୁର ଗଡ଼ଜାତ ଅଞ୍ଚଳ ପାଇଁ ନୁଆଁଖାଇ ଲଗ୍ନ ପାଇଁ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ଘ.୧୦.୩୬ମି ରୁ ଘ.୧୦.୫୦ମି ମଧ୍ୟେ ବିଛା ଲଗ୍ନରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଥିବା ବେଳେ ସକାଳ ୮ ଟା ୩୦ମି ରୁ ୯ ଟା ୩୦ମି ମଧ୍ୟେ ସମଲେଶ୍ଵରୀ ମନ୍ଦିର ରୁ ବିରାଟ ପଟୁଆର ରେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ ଓ ଅଷ୍ଟ ଚଣ୍ଡି, ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁ ଙ୍କ ଠାରେ ନବାହ୍ନ ଲାଗି ହେଲା ପରେ ନିଜ ନିଜ ଇଷ୍ଟ ଦେବୀ ଓ ସାଧାରଣ ଜନତା ନବାହ୍ନ ଭକ୍ଷଣ କରିବେ।

Leave a Reply

Your email address will not be published. Required fields are marked *