
ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ପରିସର ରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ରୀତା ରାଣୀ ତ୍ରିପାଠୀ ଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସି.ଆର.ସି.ସି ପ୍ରିଜିନା ପାଢ଼ୀ ଓ ଅବସରପ୍ରାପ୍ତ ଶିକ୍ଷକ ବିଜୟ ତ୍ରିପାଠୀ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସାମ୍ବାଦିକ ବୈଦନାଥ ହୋତା ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ସାହୁ ଙ୍କ ସୃତିି ରେ ପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଖଗେଶ୍ବର ବସ୍ତିଆଙ୍କୁ ନାରାୟନ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।