ଖବର ଆଜିର: ତାରିଖ ୧୪/୦୯/୨୩, ଗୁରୁବାର

ଖବର ଆଜିର: ତାରିଖ ୧୪/୦୯/୨୩, ଗୁରୁବାର

୧-ପ୍ରାଥମିକ ଶିକ୍ଷାରେ ଅଚଳ ଅବସ୍ଥା! ଜିଦ୍ ରେ ଅଟଳ ପ୍ରାଥମିକ ଶିକ୍ଷକ,ଗଲେ ସମୂହ ଛୁଟିରେ।

୨-ଜନ ଅଭିଯୋଗ ଶୁଣାଣୀ ସମୀକ୍ଷା କଲେ ୫ଟି ସଚିବ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସମସ୍ୟା ସମାଧାନ ଉପରେ ଗୁରୁତ୍ବ।

୩-ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ସମୀକ୍ଷା, ତାଲିକରେ ୩.୪୫ ଲକ୍ଷ ମୃତ ଭୋଟର

୪-ଯଯାତି କେଶରୀଙ୍କ ନାମରେ ଯାଜପୁର ମେଡିକାଲ କଲେଜ, ୨୦୨୪ରୁ ହେବ କାର୍ଯ୍ୟକ୍ଷମ।

୫-ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜାରି ହେଲା ମାର୍ଗଦର୍ଶିକା।

୬-ଉପର ମୁଣ୍ଡରେ ପ୍ରବଳ ବର୍ଷା,ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍।

୭-କିମସରେ ସାନ୍ଧ୍ୟ କ୍ଲିନିକ୍ ଆରମ୍ଭ,୭୬୮୨୮୦୬୫୭୧କୁ ଫୋନ୍ କରି ଅଗ୍ରିମ ବୁକିଂ କରିପାରିବେ।

୮-ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ।ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ।

୯-ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସମ୍ଭାବନା।

୧୦-ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ।କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।

୧୧-ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ।

୧୨-ଏସିଆନ ଗେମ୍ସରେ ଚୟନ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବେ ମୁଖ୍ୟମନ୍ତ୍ରୀ।

୧୩-ହାଇକୋର୍ଟରେ ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ସୋମବାର ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଅନ୍ତରୀଣ ଆଦେଶ ବଳବତ୍ତର।

୧୪-ନେତାଜୀ ବସ୍ ଟର୍ମିନାଲରୁ ଗଡିଲା ବସ୍, ୨ଟି ସରକାରୀ ବସ୍ ଜରିଆରେ ଟ୍ରାଏଲ ରନ୍ ଆରମ୍ଭ।

୧୫-ଜି -୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ ପାଇଁ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ।

୧୬-ଭରତପୁର: ବସ୍ କୁ ପଛରେ ପିଟିଲା ଟ୍ରକ୍,୧୧ ତୀର୍ଥ ଯାତ୍ରୀ ମୃତ।

୧୭-୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ।

୧୮-ଭାରତରେ ଜି- ୨୦ ସମ୍ମିଳନୀ; ପାକିସ୍ତାନ ଜଳକା, ଚୀନ୍ ର ଛାତି ଫାଟିଯାଉଛି।

୧୯-ସ୍ପେନ୍‌ଠାରୁ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କଲା ଭାରତ।

୨୦-କାଶ୍ମୀର- ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସ ଡିଏସ୍‌ପି ସହିଦ।

Leave a Reply

Your email address will not be published. Required fields are marked *