
ମେଷ: ବ୍ୟବସାୟରୁ ସଫଳତା ମିଳିବ। ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସନ୍ତାନଙ୍କ ପ୍ରଗତିରେ ଅଭିଭାବକ ଖୁସି ହେବେ। ସକାରାତ୍ମକ ଦୃଷ୍ଟିରୁ ଦିନଟି ଭଲ। ମହିଳାମାନେ ଧାର୍ମିକ ସଭାରେ ଯୋଗ ଦେଇପାରନ୍ତି।
ବୃଷ: ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଦୂରଯାତ୍ରାରୁ ଲାଭ ମିଳିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପୂଜାର୍ଚ୍ଚନା କରନ୍ତୁ।
ମିଥୁନ: କୌଣସି କ୍ଷେତ୍ରରୁ ଆଘାତ ପାଇପାରନ୍ତି। ପ୍ରତିକୂଳ ପରିସ୍ଥିତିରେ ଆଦୌ ଭୟ କରନ୍ତୁନି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ସିଂହ: କ୍ୟାରିୟରକୁ ନେଇ ବିଦ୍ୟାର୍ଥୀମାନେ ନୂତନ ଯୋଜନା କରିପାରନ୍ତି। ଅଟକି ଥିବା କାର୍ଯ୍ୟ ସମାପନ ହେବ। ପରିବାର ସହ ହସଖୁସିରେ ସମୟ ବିତାଇବେ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।
କର୍କଟ: ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ପ୍ରଭୁ ମହାଦେବଙ୍କ ଆରାଧନା କରନ୍ତୁ।
କନ୍ୟା: କୌଣସି ମାମଲାକୁ ନେଇ ଚିନ୍ତିତ ହୋଇପାରନ୍ତି। ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେବ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ତୁଳା: ଭୂମି, ନୂତନ ଯାନବାହନ କିଣିପାରନ୍ତି। ଅଭିଭାବକମାନେ ସନ୍ତାନଙ୍କ ସଫଳତାକୁ ନେଇ ଖୁସି ଅନୁଭବ କରିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। ବନ୍ଧୁ ଯୋଗ ରହିଛି।
ବିଛା: ବ୍ୟାପାରିକ ଦିଗରୁ ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ସନ୍ତାନଙ୍କ ଖୁସିରେ ଖୁସି ହେବେ। ଅଚାନକ ଖୁସି ଖବର ପାଇପାରନ୍ତି। ଉଧାର ଦେଇପାରନ୍ତି। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।
ଧନୁ: ସୃଜନାଶୀଳତା ବୃଦ୍ଧି ପାଇବ। ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟ ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇପାରନ୍ତି। ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ।
ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ଆଜି ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ । ଦିନଟି ବେଶ୍ ହସଖୁସିରେ ବିତିବ।
କୁମ୍ଭ: ଅଚାନକ ଖୁସି ଖବର ପାଇବେ। । ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକିପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ରାଜନୀତିରେ ସକ୍ରିୟ ହେବେ। ପୁରୁୂଣା ବନ୍ଧୁଙ୍କ ସହ ଭେଟ ହେବ।
ମୀନ: ଜମି କିଣାବିକା ଯୋଗ ରହିଛି। ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିବେ। ପାରିବାରିକ ସମସ୍ୟା ସମାଧାନ ହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।