
୧-ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି।
୨-୨୩ରେ ପ୍ରାଥମିକ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା, ଶିକ୍ଷକ ଫେଡେରେସନ ପକ୍ଷରୁ ସୂଚନା।
୩-୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
୪-ରାଜଧାନୀରେ ଡେଙ୍ଗୁ ସ୍ଥିତି ଗମ୍ଭୀର,୧୭%ଡେଇଁଲା ଡେଙ୍ଗୁ ପଜିଟିଭ୍।
୫-ପଞ୍ଚମ ପୂଜ୍ଯପୂଜା ସମ୍ମାନ: ପୁରସ୍କୃତ ହେଲେ ୧୦୭ ଶିକ୍ଷାବିତ୍।
୬-ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, ଆଜି ନାମାଙ୍କନ ପତ୍ର ଦାଖଲ କରିବେ।
୭-ବନ୍ଦେ ଭାରତର ଦ୍ଵିତୀୟ ଟ୍ରାଏଲ ରନ୍,୨୪ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।
୮-ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ ଗିରଫ, ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ।
୯-ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମୁଷାଡ ଗାଁର ଘଟଣା। ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ, ଡାକ୍ତରଖାନାରେ ବେଡ଼ ଅଣ୍ଟିଲାନି।
୧୦-ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା।
୧୧-ଗୋପାଳପୁର:ବଙ୍ଗୋପସାଗରରୁ ନୂତନ ପ୍ରଜାତିର ଫ୍ଲାଇଙ୍ଗ ଗୁର୍ନାଡ୍ ମାଛ ଚିହ୍ନଟ, ରହିଛି ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା।
୧୨-ଅୟସ ଆରାମ ପାଇଁ ହନିଟ୍ରାପ ଫଣ୍ଡା, ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ।
୧୩-ଆଗାମୀ ଦିନରେ ରାଜ୍ୟର ୧୦୦ ନଦୀବନ୍ଧ ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତି ସୂଚନା।
୧୪-ଇସ୍ତଫା ଦେଲେ ବାଇଜୁସ ଇଣ୍ଡିଆର ସିଇଓ, ୧୦ ବର୍ଷ ଧରି କମ୍ପାନି ସହ ରହିଥିଲେ।
୧୫-ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାରିତ।
୧୬-୨୦୨୪ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।
୧୭-ଘନଉଛି ଭାରତ-କାନାଡା ବିବାଦ, ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଭାରତ।
୧୮-ଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ : ଧ୍ବଜାବହାକ ହେବେ ହରମନପ୍ରୀତ ସିଂହ, ଲଭଲିନା।
୧୯-ଚନ୍ଦ୍ରରେ ରାତି ପାହିଲା: ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଇସ୍ରୋର ଉଦ୍ୟମ।
୨୦-ନୂଆଦିଲ୍ଲୀ : ଭାରତ-କାନାଡ଼ା ବିବାଦରୁ ସୁଯୋଗ ଉଣ୍ଡି ଖଲିସ୍ତାନୀଙ୍କୁ ସମର୍ଥନ ପାଇଁ ଆଗେଇ ଆସିଛି ପାକିସ୍ତାନ।