ଖବର ଆଜିର: ସୋମବାର: ତାରିଖ ୦୯/୧୦/୨୩,

ଖବର ଆଜିର: ସୋମବାର: ତାରିଖ ୦୯/୧୦/୨୩,

୧-ଭୁବନେଶ୍ବର : ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିଭିନ୍ନ ବିଭାଗରୁ ଖାଲି ପଡ଼ିବ ୧.୨୯ ଲକ୍ଷ ; ୯୮ ହଜାର ପଦ ପୂରଣ ପାଇଁ ନିଷ୍ପତ୍ତି।

୨-ଆସନ୍ତା ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ, ଦାବି ପୂରଣ ନହେବା ଯାଏଁ ଗଡ଼ିବ ନାହିଁ ବସ୍।

୩-ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା: ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା କଟକଚଣ୍ଡୀ।

୪-ସାବାଡ୍ ହେବେ ନିୟମର ଧଜ୍ଜିଆ ଉଡ଼ାଉଥିବା ଡ୍ୟାନ୍ସ ବାର୍, ରାତିଅଧିଆ ରେଡ୍ କରିବେ ୩ଟି ସ୍ପେଶାଲ ଟିମ୍।

୫-ବୃକ୍ଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ:ସହଳ ବଢୁଛି, ଶୀଘ୍ର ମରୁଛି।

୬-ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ଲକ୍ଷ ୩୧ ହଜାର ୧୦୦ ଟଙ୍କା।

୭-ଭୁବନେଶ୍ୱର:ହୋଟେଲ ମ୍ୟାନେଜମେଣ୍ଟ କଲେଜ IHMରେ ରାଗିଂ ଅଭିଯୋଗ,୩ ଛାତ୍ର ଆହତ।

୮-ଭୁବନେଶ୍ୱର: ତିନି ଦିନ ଧରି ଚାଲିଥିବା କିଟ୍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦଯାପିତ।

୯-ପାର୍ବଣରେ CMC ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୧୦-IAS ସ୍ତରରେ ବଡ଼ଧରଣର ଅଦଳବଦଳ, ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ।

୧୧-ପାଲଲହଡ଼ା ବାଇପାସ୍:ମର୍ଣ୍ଣିଂଓ୍ୱାର୍କ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜଣଙ୍କ ଜୀବନ।

୧୨-ରସୁଲଗଡ ଛକରେ ହାଇଡ୍ରାମା, ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମହିଳା ଖୁଆଇଲେ ଚପଲ ମାଡ।

୧୩-ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏସୀୟ ହକିରେ ଜିତିଥିଲେ ବ୍ରୋଞ୍ଜ।

୧୪-ନିଆଳି:ସରାକୋରରେ ଗୋଷ୍ଠୀ ସଂଘର୍ଷ,୫ ଆହତ।

୧୫-ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା, ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର।

୧୬-ରାୟଗଡ଼ା: ସୀମାନ୍ତରେ ଆତଙ୍କ;ହାତୀ ପାଇଁ ୧୪୪ ଧାରା ଜାରୀ।

୧୭-ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଉଭୟ ଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ଭାରତ, ଘରୁ ନ ବାହାରିବାକୁ ପରାମର୍ଶ।

୧୮-ଇସ୍ରାଏଲ -ହମାସ ଯୁଦ୍ଧ:ହଜାରେ ଟପିଲା ମୃତ୍ୟୁ ସଂଖ୍ୟା।

୧୯-କୋହଲି-ରାହୁଲଙ୍କ ପ୍ରହାରରେ କଙ୍ଗାରୁ ଧରାଶାୟୀ, ୬ ଓ୍ଵିକେଟ୍‌ରେ ଜିତିଲା ଭାରତ।

୨୦-ହ୍ବାଙ୍ଗଝୋ:୩୮୩ ପଦକ ସହ ଶୀର୍ଷରେ ଚୀନ୍,୧୦୭ ପଦକ ପାଇ ଭାରତ ୪ର୍ଥ।

Leave a Reply

Your email address will not be published. Required fields are marked *