
ଆଇସିସି ବିଶ୍ୱକପ୍ ୨୦୨୩ । ରବିବାର ବିଶ୍ୱକପ୍ର ୫ମ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଥିଲା । ଭାରତ ୪୧.୨ ଓଭରରେ ୪ ୱିକେଟ ହରାଇ ୨୦୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି। ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଓ ଇଷାନ୍ କିଷାନ କୌଣିସ ରନ ନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟର ମଧ୍ୟ ନିରାଶ କରିଥିଲେ। ହେଲେ ପାରିକୁ ବିରାଟ କୋହଲି ଓ କେଏଲ୍ ରାହୁଲ ପାରିକୁ ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ ବିରାଟ କୋହଲି ୧୧୬ ବଲରେ ୮୫ ରନ କରି ଆଉଟ ହୋଇଥିଲେ। ଏହା ପରେ କେଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପଡିଆକୁ ଆସିଥିଲେ। କେଏଲ୍ ରାହୁଲ ୧୧୫ ବଲରେ ୯୭ ରନ କରି ଅପରାଜିତ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୮ ବଲରେ ୧୧ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଜୋଷ ହେଜେଲହୁଡ୍ ୩ ଟି ୱିକେଟ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଗୋଟିଏ ୱିକେଟ ନେଇଥିଲେ।