ଦକ୍ଷିଣ ଆଫ୍ରିକା ୧୪୯ ରନରେ ବାଂଲାଦେଶକୁ ପରାଜିତ କଲା

ଦକ୍ଷିଣ ଆଫ୍ରିକା ୧୪୯ ରନରେ ବାଂଲାଦେଶକୁ ପରାଜିତ କଲା

 ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟରେ ବାଂଲାଦେଶକୁ ପରାଜିତ କରିଛି। ଧାର୍ଯ୍ୟ ୩୮୩ ରନର ପିଛା କରି ବାଂଲାଦେଶ ୪୬.୪ ଓଭରରେ ୧୦ ଓ୍ବିକେଟ ହରାଇ ୨୩୩ ରନ କରିଥିଲା। ଏହା ସହିତ ଟିମ ବାଂଲାଦେଶ ୧୪୯ ରନରେ ପରାଜିତ ହୋଇଛି।
ବାଂଲାଦେଶ ପକ୍ଷରୁ ଲିଟନ ଦାସ ୨୨ ରନ କରିଥିବାବେଳେ ମହମ୍ମଦୁଲା ୧୧୧ ରନ, ନାସୁମ ଅହମଦ ୧୯, ହାସନ ମହମୂଦ ୧୫ ରନ କରିଥିଲେ।

ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା।
ଦକ୍ଷିଣ ଆଫ୍ରିକା ଧାର୍ଯ୍ୟ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୮୨ ରନ କରିଛି। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ ରହିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟୋ ଡି କକ ୧୭୪ ରନ କରିଥିବାବେଳେ ଆଡେନ ମାର୍କମ ୬୦, ହେନରିଚ କ୍ଲାସେନ ୯୦, ଡେଭିଡ ମିଲର ଅପରାଜିତ ୩୪ ରନ କରିଥିଲେ।

Leave a Reply

Your email address will not be published. Required fields are marked *