ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ

ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ

ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ମଙ୍ଗଳବାର ସକାଳେ ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ୯ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ମହାପ୍ରୟାଣ ଗାଡିକୁ ଯୋଗାଯୋଗ କରିଥିଲେ। ଦୀର୍ଘ ୩ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସି ନ ଥିବାବେଳେ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଦୂର ସରଧାପୁର ଗାଁକୁ ନେଇଥିଲେ।
ଏ ସମ୍ପର୍କ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ଦୀପ ଶତପଥୀଙ୍କୁ ପଚାରିବାରୁ ଏଠାରେ ଥିବା ଆମ୍ବୁଲାନ୍ସ ସବୁ ଖରାପ ହୋଇଛି। ମହାପ୍ରୟାଣ ଗାଡି ନାହିଁ, କାହାର ମୃତ୍ୟୁ ହେଲେ ଉମରକୋଟରୁ ଗାଡି ମଗାଯାଏ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *