ଗତ ଥର ଅପେକ୍ଷା କମିଲା ୨୩୦ କୋଟି ଟଙ୍କା

ଗତ ଥର ଅପେକ୍ଷା କମିଲା ୨୩୦ କୋଟି ଟଙ୍କା

ବଜେଟରେ କେନ୍ଦ୍ର ସରକାର ସବୁ ଦିଗକୁ ସନ୍ତୁଳିତ କରିବାର ପ୍ରୟାସ କରି କିଛି କାଟଛାଟ୍‌ କରିଛନ୍ତି । ତେଣୁ କ୍ରୀଡ଼ା ବାବଦକୁ ଯେତିକି ଅର୍ଥ ଗତ ବଜେଟରେ ମିଳିଥିଲା, ସେଥିରେ ହ୍ରାସ କରାଯାଇଛି । ଚଳିତ ବର୍ଷ ମୋଟ୍‌ ୨୫୯୬.୧୪ କୋଟି ଟଙ୍କା କ୍ରୀଡ଼ା ପାଇଁ ବ୍ୟୟ ବରାଦ ହେବା ନେଇ ଘୋଷଣା କରାଯାଇଛି । ଯାହା ଗତ ବଜେଟରେ ୨୮୨୬.୯୬ କୋଟି ଟଙ୍କା ଥିଲା । ତେଣୁ ଏଥର ପୂର୍ବାପେକ୍ଷା ୨୩୦.୭୮ କୋଟି ଟଙ୍କା କମିଥିବା ଜଣାପଡିଛି ।

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ସୂଚନାନୁସାରେ, ୨୦୨୦-୨୧ ବଜେଟରେ ପ୍ରଥମେ ୨୮୨୬.୯୬ କୋଟି ଟଙ୍କା କ୍ରୀଡ଼ା ପାଇଁ ଘୋଷଣା ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ସମସ୍ତ ଇଭେଣ୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ରହିବାରୁ କେନ୍ଦ୍ର ସରକାର ଏହି ବଜେଟକୁ ସଂଶୋଧନ କରି ୧୮୦୦.୧୫ କୋଟି ଟଙ୍କା କରିଥିଲେ । ଏହିତୁଳନାରେ ଚଳିତ ବର୍ଷ ପୂର୍ବାପେକ୍ଷା ୭୯୫.୯୯ କୋଟି ଟଙ୍କା ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି ।

ଗତ ବଜେଟରେ ଖେଲୋ ଇଣ୍ଡିଆ ଯୋଜନା ପାଇଁ ୮୯୦.୪୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥର ଏହାକୁ ହ୍ରାସ କରାଯାଇଛି ୬୫୭.୭୧ କୋଟି ଟଙ୍କା କରାଯାଇଛି । ଭାରତୀୟ କ୍ରୀଡ଼ା ପାଧିକରଣ (ସାଇ) ପାଇଁ ଗତ ବର୍ଷ ୫୦୦ କୋଟି ଟଙ୍କା ଥିଲା । ଚଳିତ ବର୍ଷ କିନ୍ତୁ ଏହାକୁ ୬୬୦.୪୧ କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି । ଜାତୀୟ କ୍ରୀଡ଼ା ଫେଡେରେସନ୍‌ ୨୮୦ କୋଟି ଟଙ୍କା ବଜେଟରେ ଆବଣ୍ଟନ କରାଯାଇଛି ।

Leave a Reply

Your email address will not be published. Required fields are marked *