ବିରୋଧୀଙ୍କ ହଟ୍ଟଗୋଳ, ଗୃହକାର୍ଯ୍ୟ ମୁଲତବି…….

ବିରୋଧୀଙ୍କ ହଟ୍ଟଗୋଳ, ଗୃହକାର୍ଯ୍ୟ ମୁଲତବି…….

କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ସଦସ୍ୟ କୃଷକଙ୍କ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଆଜି ଚର୍ଚ୍ଚା ପାଇଁ ମନା କରିଥିଲେ । ଏହାପରେ ବିରୋଧୀ ଦଳ ଗୃହ ତ୍ୟାଗ କରିଥିଲେ ।

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ଏହାପରେ ପୁଣି ବିରୋଧୀ ସଦସ୍ୟ ଗୃହକୁ ଆସି ହୋହଲ୍ଲା କରିଥିଲେ । ସରକାର ମୁର୍ଦାବାଦ ନାରା ଦେଇଥିଲେ । ଏହାସହ କୃଷକବିରୋଧୀ କଳା ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହାପରେ ପୁଣି ଗୃହ କାର୍ଯ୍ୟକୁ ମୁଲତବି ଘୋଷଣା କରିଥିଲେ ଅଧ୍ୟକ୍ଷ ।

ସୂଚନାଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ କହିଥିଲେ ଯେ, କୃଷି ଆଇନକୁ ନେଇ ପୂର୍ବରୁ ଆଲୋଚନା ସରିଛି । ଏବେ ଆଲୋଚନାର କିଛି ଆବଶ୍ୟକତା ନାହିଁ । ବିରୋଧୀ ଚାହିଁଲେ ଆଲୋଚନାର ରେକର୍ଡ ଦିଆଯିବ । ଏହାସହ ମଙ୍ଗଳବାର ନୁହେଁ ବୁଧବାର ଚର୍ଚ୍ଚା ହେବ । କାରଣ ପରମ୍ପରା ଅନୁସାରେ ପ୍ରଥମେ ଲୋକସଭାରେ ଚର୍ଚ୍ଚା ହୋଇଥାଏ ।

Leave a Reply

Your email address will not be published. Required fields are marked *