ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ ପଠାଯାଇଥିଲା। ମୁକେଶ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାଓଁଦେବୀ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି। କିଏ ଏହି ଧମକ ଦେଉଛନ୍ତି ତାହା ଯାଞ୍ଚ କରାଯାଉଛି। ଧମକପୂର୍ଣ୍ଣ ଇମେଲରେ ଏହା ଲେଖାଥିଲା ଯେ ଯଦି ତୁମେ ଆମକୁ ୨୦ କୋଟି ଟଙ୍କା ନ ଦିଅ, ଆମେ ତୁମକୁ ମାରିଦେବୁ, ଆମର ଭାରତରେ ସର୍ବୋତ୍ତମ ଶୁଟର ଅଛନ୍ତି। ଏହି ଇମେଲ ପାଇବା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *