ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ ଦିଆଯାଇଛି 

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ ଦିଆଯାଇଛି 

ତେଲଙ୍ଗାନା ବିଧାନସଭା

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ଟିକେଟ ଦିଆଯାଇଛି । ମହମ୍ମଦ ଅଜହରୁଦ୍ଦିନଙ୍କୁ ହାଇଦ୍ରାବାଦ ସହରର ଜୁବୁଲି ହିଲ୍ସ ଆସନରୁ ଦଳ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ମଧୁ ଗୌଡ ୟାକ୍ଷୀଙ୍କୁ ଲାଲ ବାହାଦୂର ନଗର ଆସନରୁ ଟିକେଟ ଦିଆଯାଇଛି । ଏଥିସହ ପୂଜାଲା ହରିକୃଷ୍ଣଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ପ୍ରତିଦ୍ୱନ୍ଦୀ ଭାବେ ଟିକେଟ ଦିଆଯାଇଛି।

ଦଳ ତେଲେଙ୍ଗାନାର ୧୧୯ ଟି ସିଟ ମଧ୍ୟରୁ ୧୦୦ଟିରେ ପ୍ରାର୍ଥୀ ଦେଇ ସାରିଛି । ନଭେମ୍ବର ୩୦ରେ ରାଜ୍ୟର ସମସ୍ତ ଆସନ ପାଇଁ ଭୋଟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *