ଖବର ଆଜିର : ତାରିଖ ୨୯/୧୦/୨୩, ରବିବାର

ଖବର ଆଜିର : ତାରିଖ ୨୯/୧୦/୨୩, ରବିବାର

୧-ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ।

୨-ଆଜିଠୁ କାର୍ତ୍ତିକ ବ୍ରତ,ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ପହଞ୍ଚିଲେ ବ୍ରତଧାରୀ।

୩-ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ, ସଜେଇ ହୋଇଛି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ସହର।

୪-ମନେପଡେ ୧୯୯୯ ମହାବାତ୍ୟା ବିଭୀଷିକା;ଆଜକୁ ପୁରୁଛି ୨୪ ବର୍ଷ।ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା ପ୍ରାଚୀର ଜରୁରୀ।

୫-ମୟୂରଭଞ୍ଜ ବିଶୋଇ ଥାନା:ଥାନା ଭିତରେ ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ, ମନ୍ଦିରରୁ ଚୋରିକରି ବନ୍ଧା ହୋଇଥିଲା ଅଭିଯୁକ୍ତ।

୬-ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ : ୭୭ ଜଣଙ୍କୁ ଗିରଫ କଲା ପୋଲିସ।

୭-କିଛି ଦିନର ବିରତି ପରେ ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ, ମଜା ନେଲେ ରାଜଧାନୀବାସୀ।

୮-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭି କେ ପାଣ୍ଡିଆନ । ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ।

୯-ଭୁବନେଶ୍ୱର:MBA,MCA ଓ M TECH ପାଠ୍ୟକ୍ରମରେ ୩୦ ପର୍ଯ୍ୟନ୍ତ ନାମ ଲେଖା।

୧୦-ଓଡିଶା ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ, ଖୁବଶୀଘ୍ର ଘୋଷଣା ହେବ ତାରିଖ।

୧୧-ବଙ୍ଗୋପସାଗରରୁ ପୂର୍ବାଳୀ-ତରଙ୍ଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲାରେ ୧ ରୁ ୩ ତାରିଖ ଯାଏଁ ବର୍ଷା ସମ୍ଭାବନା।

୧୨-‘ରାଷ୍ଟ୍ରୀୟ ନିଯୁକ୍ତି ମେଳା’: କଟକରେ ୧୧୨ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ।

୧୩-ପାରା ଏସୀୟ କ୍ରୀଡ଼ା : ୨୯ଟି ସ୍ୱର୍ଣ୍ଣ ସହ ୧୧୧ଟି ପଦକ ଜିତି ପଞ୍ଚମ ସ୍ଥାନରେ ଭାରତ।

୧୪-ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇ ଅଷ୍ଟ୍ରେଲିଆର ନାଟକୀୟ ବିଜୟ।

୧୫-ନୂଆଦିଲ୍ଲୀ:୧୬୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ, ଅଶୋକ ବିଶ୍ବବିଦ୍ୟାଳୟର ଦୁଇ ପ୍ରତିଷ୍ଠାତା ଗିରଫ।

୧୬-ପାଟନା: ନିୟମିତ ଅନୁପସ୍ଥିତ ଯୋଗୁଁ ବିହାରର ୨୨ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ବହିଷ୍କୃତ।

୧୭-ବିଶ୍ଵକପରେ ଆଉ ଏକ ବିପର୍ଯ୍ୟୟ; ୮୭ ରନରେ ନେଦରଲ୍ୟାଣ୍ଡ୍ସ ବିଜୟୀ, ପରାଜୟ ସହ ବାଂଲାଦେଶ ସେମି ଫାଇନାଲ୍‌ ଦୌଡ଼ରୁ ବାଦ୍।

୧୮-ଅପେକ୍ଷାର ଅନ୍ତ,ଏଥର ଏକ୍ସରେ ମଧ୍ୟ କରିପାରିବେ ଭିଡିଓ ଓ ଅଡିଓ କଲ।

୧୯-ଉତ୍ତର ପ୍ରଦେଶରେ ୫୦ ବର୍ଷରୁ ଉର୍ଧ୍ଵ ବୟସ୍କ ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର।

୨୦-ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲେ ଭାରତ ସମେତ ୪୫ ଦେଶ।

Leave a Reply

Your email address will not be published. Required fields are marked *