
ସୋନପୁର – ୦୫/୦୩/୨୫(ଭାସ୍କର ଦାଶ):ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ପଞ୍ଚମ ଦିବସରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି l ଏହି ଉପଲକ୍ଷେ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖ ରୁ ବ୍ଲକ ଅଫିସ ଯାଏ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ସୋନପୁର ସିଡିପିଓ ଶ୍ରୀମତୀ ସାଗରିକା ସ୍ବାଇଁଙ୍କ ନେତୃତ୍ଵ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସୋନପୁର ବିଡ଼ିଓ ଶ୍ରୀ ସଂଜୀବ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମହିଳା ମାନେ ସ୍ୱାବିଲମ୍ବି ହେବା, ସଶକ୍ତିକରଣ ଓ ସାକ୍ଷରତା ଲକ୍ଷ୍ୟ ସହ ଘରୋଇ ହିଂସାରୁ ବାଲ୍ୟ ବିବାହ ରୁ ମୁକ୍ତ ହେବା ଓ ସୁଭଦ୍ରା ଯୋଜନା ରେ ସାମିଲ୍ ହୋଇ ଓଡ଼ିଶାକୁ ସମୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିର ଏହି ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ମହିଳା ମାନେ *ଶୁଭଦ୍ରା ସହିତ ସାମିଲ୍ ହେବା -ଓଡ଼ିଶା ସମୃଦ୍ଧିର ମଙ୍ଗ ଧରିବା* ଇତ୍ୟାଦି ନାରା ଦେଇଥିଲେ l ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା, ସୁଭଦ୍ରା ହିତାଧିକାରୀଙ୍କ ସମେତ ସ୍ବେଛାସେବୀ ମହିଳା ଓ ବୁଦ୍ଧିଜୀବି ସାମିଲ୍ ଥିଲେ l