ବ୍ଲକ୍ ଛକରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା

ବ୍ଲକ୍ ଛକରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା

ସୁବର୍ଣ୍ଣପୁର:୬/୩(ଭାସ୍କର ଦାଶ ):-ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ସୋନପୁର ସ୍ଥିତ ବ୍ଲକ୍ ଛକ ଠାରେ ସୁବର୍ଣ୍ଣା ନାରିଜାଗରଣ କେନ୍ଦ୍ର ସୁବର୍ଣ୍ଣପୁର ନେତୃତ୍ୱରେ ବ୍ଲକ୍ ଛକ ରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା ରେ ବସିଛନ୍ତି। ୨୦୨୧ ମସିହା ଫେବୃଆରୀ ମାସ ୫ ରେ ରାସ୍ତା ସମ୍ପ୍ରସାରଣ ବେଳେ ସନ୍ଥକବି ଭୀମଭୋଇ ଙ୍କ ମୂର୍ତ୍ତି ବ୍ଲକ୍ ଛକ ରୁ ହଟାଇ ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି ବ୍ଲକ୍ ଛକ ର ଶୋଭା ବର୍ଦ୍ଧନ କରୁଥିଲା ତା ସହ ସୋନପୁର ରେ ଭୀମଭୋଇ ଙ୍କ ଅବଦାନ ଲୋକଙ୍କ ମାନସ ପଟ ରେ ଉତ୍ଜୀବିତ କରୁଥିଲା ସେହି ପ୍ରତିମୂର୍ତ୍ତି। ପ୍ରାୟ ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନ ହେବାରୁ ଗଣ ଆନ୍ଦୋଳନ ରୂପ ନେବାକୁ ବସିଲାଣି ଏହି ଘଟଣା। ଆଜି ର ଏହି ଧାରଣା ରେ ପାତାଞ୍ଜଳି ଯୋଗ ସମିତି, ଜଗନ୍ନାଥ ମୋହତ୍ସବକମିଟି, ଜୟଗୁରୁ ଅନୁଷ୍ଠାନ, ମାରୱାଡ଼ି ମହିଳା ମଞ୍ଚ , ନାଟ୍ୟଚକ୍ର, ମହାନଦୀ ସାହିତ୍ୟ ସଂସଦ, ଆର୍ଯ୍ୟ ସମାଜ, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ ସଦସ୍ୟ, ତପସ୍ଵିନୀ ଅନୁଷ୍ଠାନ ସଦସ୍ୟ ବୃନ୍ଦ ଏହି ଧାରଣା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ହେବ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ବ୍ଲକ୍ ଛକ ରୁ ସ୍ଥାନୀୟ ପ୍ରଶାସନ ହଟେଇ ଦେଇ ଅଳିଆ ଗଦା ରେ ରଖି ଦେଇଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଓ ଯଥାଶୀଘ୍ର ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇ ଶ୍ରୁତି ଟ୍ରଷ୍ଟ ସଭାପତି ଗୋରେଖନାଥ ସାହୁ।

Leave a Reply

Your email address will not be published. Required fields are marked *