ରୋହିତଙ୍କ ନେତୃତ୍ବରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇଲା ଭାରତ

ରୋହିତଙ୍କ ନେତୃତ୍ବରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇଲା ଭାରତ

ନୂଆଦିଲ୍ଲୀ:୧୦/୦୩(ଅଖିଳେଶ ତ୍ରିପାଠୀ ): ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ୨୫ ବର୍ଷର ପ୍ରତିଶୋଧ ନେଲା ରୋହିତ ବାହିନୀ । ତୃତୀୟ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି। ଦୁବାଇରେ ଦମ୍ ଦେଖାଇଲେ ରୋହିତ ବାହିନୀ । ୨୫୨ ରନର ବିଜୟ ଲକ୍ଷ୍ୟର ପିଛା କରି ମ୍ୟାଚକୁ ୪ ୱିକେଟରେ ଜିତିନେଇଛି ଟିମ୍ ଇଣ୍ଡିଆ। ଗୋଟିଏ ୱିକେଟ୍ ବାକି ଥାଇ ଭାରତ ୬ ୱିକେଟ ହରାଇ ବିଜୟ ହାସଲ କରିନେଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୫୨ରନର ବିଜୟ ଲକ୍ଷ୍ୟ ରଖିଥିଲା। ପ୍ରଥମରୁ ଦୃଢ଼ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ରୋହିତ ଶର୍ମା ଚମତ୍କାର ବ୍ୟାଟିଂ କରି ୩ଟି ଛକା ଓ ୭ଟି ଚୌକା ମାଧ୍ୟମରେ ୭୬ ରନ୍ କରିଥିଲେ । ସେହିପରି ଶୁଭମନ ୩୧ ରନର ଇନିଙ୍ଗସ୍ ଖେଳିଥିଲେ। ୧୦୫ ରନରେ ପ୍ରଥମ ୱିକେଟ୍ ପଡ଼ିଥିଲା। ଏହାପରେ ଅକ୍ଷର ପଟେଲ ଓ ଶ୍ରେୟସ ଆୟର ଇନିଙ୍ଗସ୍ ସମ୍ଭାଳିଲେ । ଏହି ଚାମ୍ପିୟନ ଟ୍ରଫି ବିଜୟ ସହ ରେକର୍ଡ କରିଛି ଭାରତୀୟ କ୍ରିକେଟ୍ ଦଳ । ପ୍ରଥମ ଦେଶ ଭାବେ ତୃତୀୟ ଥର ପାଇଁ ଚାମ୍ପିୟନ ହାତେଇଛି । ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ ଏବଂ ରଚୀନ ରବୀନ୍ଦ୍ର ମ୍ୟାନ ଅଫ ଦ ସରିଜ ବିବେଚିତ ହୋଇଛନ୍ତି। ଆଇସିସି ଇଭେଣ୍ଟରେ ଭାରତର ରେକର୍ଡ। ଶେଷ ୩ଟି ଟୁର୍ଣ୍ଣାମେଣ୍ଟରେ ଭାରତର ଆଧିପତ୍ୟ । ଦୁଇ ବର୍ଷରେ ୨୫ ମ୍ୟାଚରୁ ମାତ୍ର ଗୋଟିଏରେ ହାରିଛି ଟିମ ଇଣ୍ଡିଆ। ବାକି ୨୩ ଟି ମ୍ୟାଚରେ ଭାରତ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଫଳାଫଳ ବାହାରିନାହିଁ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ ହାରିନାହିଁ । ୨୦୨୩ ଓଡ଼ିଆଇ ବିଶ୍ବକପରେ ମଧ୍ୟ ଭାରତ ଲଗାତାର ୧୦ରୁ ୧୦ ମ୍ୟାଚ ଜିତି ଫାଇନାଲକୁ ଯାଇଥିଲା । କିନ୍ତୁ ଫାଇନାଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ପରେ ୨୦୨୪ ବିଶ୍ବକପରେ ମଧ୍ୟ ଭାରତ ଅପରାଜୟୀ ଥିଲା । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଆଉ ଏବଂ ୨୦୨୫ରେ ଭାରତ ଅପରାଜୟୀ ଭାବେ ଚାମ୍ପିୟନ ହୋଇଛି। ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଟାଇଟଲ ହାତେଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ରୋହିତ କହିଛନ୍ତି, ସେ ଏବେ କ୍ରିକେଟରୁ ଅବସର ନେଉନାହାନ୍ତି । ରୋହିତ କହିଛନ୍ତି, ତାଙ୍କର କୌଣସି ଭବିଷ୍ୟତ କାର୍ଯ୍ୟସୂଚୀ ନାହିଁ। ଯେମିତି ଚାଲୁଛି ସେମିତି ଚାଲିବ। ଅବସର ନେଇ ଚାଲିଥିବା ଚର୍ଚ୍ଚା ଉପରେ ରୋକ ଲଗାଇବାକୁ ରୋହିତ ସ୍ପଷ୍ଟତାର ସହ କହିଛନ୍ତି ସେ ଏବେ ଅବସର ନେଉନାହାନ୍ତି । ଫର୍ମରେ ନଥିବା ଯୋଗୁ ରୋହିତଙ୍କୁ ଅବସର ନେବାକୁ ଚାରିଆଡୁ ଚାପ ପଡୁ ଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନର ଇନିସ ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ରୋହିତ । ସେପଟେ ଅବସରକୁ ନେଇ ରୋହିତଙ୍କ ପୂର୍ବତନ କୋଚ କହିଛନ୍ତି, ୨୦୨୭ ବିଶ୍ବକପ ପରେ ରୋହିତ ଅବସର ଗ୍ରହଣ କରିବେ । ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଏକ ବୃହତ ବିଜୟ ହାସଲ କରିଛି ଭାରତୀୟ ଟିମ୍ । ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ଟ୍ରଫି ନେବା ସମୟରେ ଧଳା କୋର୍ଟ ପିନ୍ଧିଥିବାର ନଜରରେ ଆସିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ସହ ସବୁ ଖେଳାଳୀଙ୍କୁ ଧଳା ବ୍ଲେଜରରେ ଦେଖିବାକୁ ମିଳିଥିଲା । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

Leave a Reply

Your email address will not be published. Required fields are marked *