
ସୁବର୍ଣ୍ଣପୁର:୧୦/୦୩(ଭାସ୍କର ଦାଶ): ସୁବର୍ଣ୍ଣପୁର ଜିଲ୍ଲା ତେଲ ନଦୀ ପାଖରେ ଥିବା ଅନନ୍ତ ନାରାୟଣ କୁଷ୍ଠା ଆଶ୍ରମର ୧୫ ଜଣ ଅନ୍ତେବାସୀ ଆଜି ସକାଳ ୧୧ ଟାରେ ପୌର ଅଧିକାରୀଙ୍କୁ ଭେଟି ତାଙ୍କର ଘର ଭାଙ୍ଗି ଯାଇଥିବା , ଶୌଚ ହେବା ପାଇଁ ଏକ ଶୌଚାଳୟ , ଲାଟିନ ଟିଏ ମଧ୍ୟ ନ ଥିବା କଥା ଜଣେଇଛନ୍ତି। ସମାଜସେବୀ ମୋନାଜ୍ , ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ରଙ୍କ ସହ ଅନ୍ତେବାସୀ ପଞ୍ଚବାସି ମହଲା, କୁଳମଣି ଖମାରୀ, ଖଗେଶ୍ବର ପ୍ରଧାନ, ବାହାଦୁଲ ବେହେରା, ଧୁବା ପାଣ୍ଡେ, ଚୈତନ୍ୟ ସାହୁ, ସୁନା ପୋଢ଼, ମେଘା ବାରିକ, ପୂର୍ଣାବାସି ମହଲା, ମାଳତୀ ସାର, କେଶବ କଲତା, ସୁପାର କଲତା, ଲତା ଭୋଇ ପୌର ଅଧିକାରୀଙ୍କୁ ଭେଟି ତାଙ୍କ ଅସୁବିଧା ଜଣେଇଥିଲେ । ସମାଜସେବୀ ମୋନଜ କର୍ମୀଙ୍କ କହିବା ଅନୁଯାୟୀ ଗତ ବର୍ଷ ଟେଣ୍ଡର ବାହାରି ସୁରୁବାବୁ ମିଶ୍ର ନାମକ ଏକ ଠିକାଦାର କାମ ପାଇଥିଲେ ମଧ୍ୟ ଉକ୍ତ ଫଣ୍ଡରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ କାମ ଆରମ୍ଭ କରି ପାରି ନ ଥିଲେ। ଜିଲ୍ଲା ସୋସିଆଲ ସିକୁରିଟୀ ଅଫିସରଙ୍କ ଜରିଆରେ ଅନ୍ତେବାସୀଙ୍କ ନୂତନ ବିଲ୍ଡିଂ କାମ ହେବାକୁ ଥିବା କହିଛନ୍ତି ପୌର ଅଧିକାରୀ ୠଷି ମାଝୀ। ମାର୍ଚ୍ଚ ପରେ କୌଣସି ମତେ ମରାମତି କାମ କରିବା ନେଇ ଅନ୍ତେବାସୀଙ୍କୁ ଆଶ୍ଵସନା ଦେଇଥିଲେ ଶ୍ରୀ ମାଝୀ।