ଜାତୀୟ ନାରୀ ସଂଗଠନ ତରଫରୁ ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 2025 ପାଳିତ ହୋଇଯାଇଛି

ଭୁବନେଶ୍ୱର :୧୦/୦୩(ଅଶୋକ ସାହୁ ): ଭୁବନେଶ୍ୱର ସମେଇଗଢିଆ ସ୍ଥିତ JM sports academy ଠାରେ ଜାତୀୟ ନାରୀ ସଂଗଠନ ତରଫରୁ ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଜାତୀୟ ନାରୀ ସଂଗଠନର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମୀରା ରାଣୀ ଦାସ ଆୟୋଜନ କରିଥିଲେ I ଏହି କାର୍ଯ୍ୟକ୍ରମର ପ୍ରୟୋଜକ ଥିଲେ, ଦମୟନ୍ତୀ ଚାରିଟେବୁଲ ଟ୍ରଷ୍ଟ, ମୀରାରାଣୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ, ସାଇ କୁସୁମ ଚାରିଟେବୁଲ ଟ୍ରଷ୍ଟ, ଜେଏମ ସ୍ପୋର୍ଟ୍ସ ଏକାଡେମୀ, କୁସୁମ ଟିଭି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ନାରୀ ସଂଗଠନର national president ଶ୍ରୀମତୀ କୁସୁମ ମଞ୍ଜରୀ ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲିପିକା ନାୟକ, ଡକ୍ଟର ପଦ୍ମ ସୋନା ଦାସ, ସୌଦାମିନୀ ତ୍ରିପାଠୀ, ରାଜେନ୍ଦ୍ର ସାହୁ, ଯଶୋବନ୍ତ ଦାସ, ସଂଗ୍ରାମ କେଶରୀ ପାତ୍ର, ମମତା ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ଡକ୍ଟର ସଫଳା ଦାସ ଯୋଗ ଦେଇଥିଲେ I ସମସ୍ତ ଅତିଥିଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା I ପରେ ପ୍ରଥଦୀପ ପ୍ରଜ୍ୱଳନ କରି ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା I ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ମହିଳା ସଶକ୍ତିକରଣ ଉପରେ ମମତା ପାଣିଗ୍ରାହୀ ଅତି ପ୍ରାଞ୍ଜଳ ଭାବେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ I ସମସ୍ତେ ନାରୀ ସଂଗଠନର ପ୍ରଶଂସା କରିବା ସହିତ ବିଭିନ୍ନ ଜିଲ୍ଲାର ନାରୀ ମାନେ ନିଜ ନିଜର ଉଦ୍ୟଗୋରେ ତିଆରି କରୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ଗୁଡିକ ମଧ୍ୟ ଖୁଵ ପ୍ରଶଂସନିୟ ହୋଇଥିଲା I ଜାତୀୟ ସଭାନେତ୍ରୀ କୁସୁମ ମଞ୍ଜରୀ ନାରୀ ସଂଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ବଣ୍ଣନା କରିଥିବାବେଳେ ମୁଖ୍ୟ ବକ୍ତା ଡ଼ ସଫଳା ଦାସ ନାରୀ ମାନଙ୍କର ସମାଜରେ ସ୍ଥିତି ଓ ଆତ୍ମନିର୍ଭରଶିଳତା ଉପରେ କହିଥିଲେ I ରାଜ୍ୟ ସଂଗଠନର ସହ ସମ୍ପାଦିକା ପୁଷ୍ପାଞ୍ଜଳୀ ରଣା ଖୁଵ ଶୀଘ୍ର ନାରୀର ଉତ୍ପାଦନ ସାମଗ୍ରୀ ଗୁଡିକ ବଜାରରେ ସୁଲଭ ମୂଲ୍ୟରେ ମିଳିବ ବୋଲି ସୂଚନା ଦେଇଥିଲେ I ନାରୀ ମାନଙ୍କର ଅଧିକାର, ସୁରକ୍ଷା ଓ ସଶକ୍ତିକରଣ ଉପରେ ଅନେକ ଆଲୋଚନା ସମ୍ମାନିତ ଅତିଥି ମାନେ କହିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ଜାନୁ I ମା ଙ୍କ ଉପରେ ତାଙ୍କର ସୁମଧୁର କଣ୍ଠରେ ଗୀତ ଗାଇ ସମସ୍ତଙ୍କୁ ବିହୋର ଓ ମନୋମୁଗ୍ଧ କରିଦେଇଥିଲେ I କିଛି ସମୟ ପାଇଁ ସମସ୍ତେ ମମତାର ବନ୍ଧନରେ ହଜିଯାଇଥିଲେ I କୁନି କୁନି ପିଲାମାନେବି ଖୁଵ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ I ବିଭିନ୍ନ କାର୍ଯ୍ୟ ଦକ୍ଷତାରେ ଥିବା ମହିଳା ମାନଙ୍କୁ, କିଛି ସାମାଜିକ ସଂଗଠନ ଏବଂ ରାଜ୍ୟ ଜିମନlଷ୍ଟିକରେ 2025ରେ ମହିଳା ଟିମ ପ୍ରଥମ ଥର ପାଇଁ ଓଡିଶାକୁ ଗୌରବlନ୍ୱିତ କରିଥିବାରୁ ସେମାନଙ୍କୁ ନାରୀ ସଂଗଠନ ତରଫରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା I ସଂଜୀବ, କେଶବ, ମିନତୀ ପଣ୍ଡା , ମମତା ମହାନ୍ତି ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶେଷରେ କେଶବ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *