
ସୁବର୍ଣ୍ଣପୁର :୧୧/୩(ଭାସ୍କର ଦାଶ )-ଓଡ଼ିଶା କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ଆହ୍ବାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ସୋନପୁର ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀ ସୋନପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ବର୍ତ୍ତମାନ ଓଡ଼ିଶା ରେ ମୋହନ ସରକାର ଓ କେନ୍ଦ୍ର ରେ ନେତୃତ୍ୱାଧିନ ମୋଦି ସରକାର ନାରୀକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାକହି ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପାତ୍ର। ପ୍ରମୁଖ ଦାବୀ ମଧ୍ୟରେ ଚାଷୀ ମାନଙ୍କ କଟନି ଛଟନି ବନ୍ଦ କରିବା ସହ ଠିକ୍ ସମୟରେ ତାଙ୍କ ଉପାର୍ଜିତ ଟଙ୍କା ପୈଠ ପାଇଁ ଦାବୀ ରଖିଛନ୍ତି। ଦ୍ଵିତୀୟ ଦାବୀ ସୋନପୁର ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟକୁ ଶୀଘ୍ର ସରକାରୀ ମାନ୍ୟତା ଦିଆଯାଉ। ତୃତୀୟ ଦାବୀ ବିଦ୍ୟୁତ୍ ବିଭାଗର ଜୁଲୁମ୍ ବନ୍ଦ କରାଯାଇ ସ୍ମାର୍ଟ ମିଟରକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଚତୁର୍ଥ ଦାବୀ ସୋନପୁର ସୂତାକଳ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ। ପଞ୍ଚମ ଦାବୀ ସୋନପୁର ବସ୍ ଷ୍ଟାଣ୍ଡ ଶୀଘ୍ର କାମ ଆରମ୍ଭ କରାଯାଉ। ଷଷ୍ଠ ଦାବୀ ଶୀଘ୍ର ରିଂରୋଡ କାମ ସମ୍ପୂର୍ଣ କରାଯାଉ। ସପ୍ତମ ଦାବୀ ସୁବର୍ଣ୍ଣପୁର ଜିଲ୍ଲା ବେକାରୀ ସମସ୍ୟା ଦୂରୀକରଣ ଦିଗରେ ମୋହନ ସରକାର ଚିନ୍ତା କରନ୍ତୁ। ଏହି ସାତଗୋଟି ଦାବୀ କୁସୋନପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଉପସ୍ଥିତ କର୍ମୀ। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୫ ଗୋଟି ବ୍ଲକ୍ ରୁ କଂଗ୍ରେସ୍ କର୍ମୀ ଯୋଗଦାନ ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ୍ ପର୍ଯ୍ୟବେକ୍ଷକ ଗଣେଶ ସାହୁ ମଧ୍ୟ ଉପସ୍ଥିତ ଥିଲେ।