
ଗଞ୍ଜାମ :୧୩/୦୩(କେଦାରନାଥ ନାୟକ ): ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ନୀଳାଦ୍ରି ପୁରସ୍ଥ ଅଧିଷ୍ଠାତ୍ରୀ ଦେବୀ ମାଁ ରାମଚଣ୍ଡୀ ଦର୍ଶନ ସହିତ ମା’ଙ୍କର ମହିମା ଓ ସ୍ଥିତି ସ୍ଥାପତ୍ୟ ବିଷୟରେ ପୂଜକ ଶ୍ରୀ ତ୍ରୀଲୋଚନ ରାଉଳଙ୍କ ଅନୁଭୂତି ବର୍ଣ୍ଣର୍ନା । ଶ୍ରୀ ରାଉଳ କହନ୍ତି,ମା ରାମଚଣ୍ଡୀ ପୁରାତନ କାଳରୁ ପବିତ୍ର ଚିର ଶ୍ରୋତା ଋଷିକୂଲ୍ୟା ନଦୀର ଅନୀତ ଦୁରରେ ଅଧିଷ୍ଠିତା । ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ର ବନବାସ କାଳରେ ଋଷିମାନଙ୍କ ସହିତ ଋଷିକୂଲ୍ୟା ନଦୀତଟରେ କିଛି ଦିନ ଅବସ୍ଥାନ କରିଥିଲେ। ସେହି ସମୟରେ ଋଷିମାନଙ୍କ ଦ୍ଵାରି ଚଣ୍ଡୀ ପାଠ କରାଇ ଏଠାରେ ମା ଚଣ୍ଡୀଙ୍କୁ ସ୍ଥାପନ କରିଥିବା ଯୋଗୁଁ, ମା’ଙ୍କ ନାମ ରାମଚଣ୍ଡୀ ରୂପେ ଅଭିହିତ ହୋଇଛି । ଭକ୍ତମାନଙ୍କ ସହଣୀକ ପୂଜା ନିମନ୍ତେ ସମସ୍ତ ସଂକ୍ରାନ୍ତି ଓ ପବିତ୍ର ଫାଲଗୁନ ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।। ବିଶ୍ୱାସ ଅଛି ମା ରାମଚଣ୍ଡୀ ଭକ୍ତମାନଙ୍କ ମନୋବାଞ୍ଛା ପୁରଣ କରନ୍ତି ।