କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ:୧୩/୦୩(ସୁପ୍ରିୟା ମହାନ୍ତି ): କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାମି କଲେଜ ଭଦ୍ରକର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଷ୍ଣୁ ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ l ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସ୍ପାଇନାଲ ଇନଞ୍ଜୁରୀ ବିଭାଗର ମୁଖ୍ୟ,ଡଃ. ସରୋଜ ମହାପାତ୍ର ଏବଂ ସୃଷ୍ଟି ଏକାଡେମୀର ଉପ ଅଧ୍ୟକ୍ଷା ଶ୍ରୀମତୀ ସାଇସ୍ମିତା ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ଜେନା ମୋବାଇଲ ଫୋନର ଅପକାରିତା ଓ ଶିଶୁର ବୌଦ୍ଧିକ ତଥା ଶାରୀରିକ ବିକାଶରେ, ଏହା କିପରି ବାଧକ ସାଜେ ତାହା ସଂକ୍ଷିପ୍ତରେ ବର୍ଣ୍ଣନା କରିଥିଲେ। ଡଃ. ମହାପାତ୍ର ମଧ୍ୟ ଏହା ଉପରେ ବକ୍ତବ୍ୟ ଦେଇ ଶିଶୁ ସୁଲଭ ଗୁଣର ପରିପ୍ରକାଶ ପାଇଁ ମୋବାଇଲ ଫୋନରୁ ପିଲାମାନଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଦାସ କୋମଳମତି ଶିଶୁମାନଙ୍କୁ ଯତ୍ନ ଓ ସ୍ନେହର ସହ ଲାଳନ ପାଳନ କରାଯିବାର ମାର୍ଗଦର୍ଶନ ସହ ଶିଶୁର ମାନସିକ ଓ ଶାରୀରିକ ଉନ୍ନତିରେ ପ୍ଲେ ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ l କୁନି କୁନି ପିଲାମାନଙ୍କ ଦ୍ୱାରା ଯୋଗ, ବାରବି ୱାର୍ଲଡ଼, ସମ୍ବଲପୁରୀ, ଦେଶଭକ୍ତି ଓ ଜଙ୍ଗଲ ବଞ୍ଚାଅ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଗୀତା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Leave a Reply

Your email address will not be published. Required fields are marked *