
ସୁବର୍ଣ୍ଣପୁର:୧୩/୦୩(ଭାସ୍କର ଦାଶ )-ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ରୁତି କୁମାର ଝାଙ୍କର ଓ ଜିଲ୍ଲା ସଂଯୋଜକ ଉମେଶ ପ୍ରସାଦ ସାହୁଙ୍କ ଶହ ଶହ ଗାଁ ସାଥୀ ସୁବର୍ଣ୍ଣପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସାହୁ ଧାରଣା ଦେଇଛନ୍ତି। ତାଙ୍କ ପ୍ରମୁଖ ଦାବୀ ୨୦୦୮ରୁ ଏ ଯାବତ୍ ନ୍ୟାୟ ଅପେକ୍ଷାର ଥିବା ଗାଁ ସାଥି ମାନଙ୍କୁ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ଓ ଯେଉଁ ମେଟ୍ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ କମ୍ ତାଙ୍କୁ ମାସିକ ୧୨୦୦୦/- ପ୍ରୋତ୍ସାହନ ରାଶି ମୋହନ ସରକାର ଦିଅନ୍ତୁ କହି ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଦାବୀ ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ମାଝୀ, ଭାରତର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ମୋଦି ଜୀ , ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ର ସରକାରଙ୍କ ୧୧ ଜଣ ସାମ୍ୱିଧାନିକ ମୁଖ୍ୟଙ୍କୁ ଭେଟି ଦେଇଥିବା ଖବର ଦାବୀ ପତ୍ର ରେ ଉଲ୍ଲେଖ ଅଛି। ଏହି ଧାରଣାରେ ଆଲୋକ ବଡପଣ୍ଡା, ରତ୍ନାକର ପାତ୍ର, ପ୍ରଶାନ୍ତ ବାଘ, ସୁରେଶ ମିଶ୍ର, ଇନ୍ଦ୍ରଜିତ ବଗର୍ତ୍ତି, ମୋନାଜ ବଗର୍ତ୍ତିଙ୍କ ସହ ହଜାର ସଂଖ୍ୟାରେ ଗାଁ ସାଥୀ (ମେଟ୍) ସାମିଲ ଥିଲେ।