
ଭୁବନେଶ୍ୱର,୧୪ା୩(ଅଶୋକ ସାହୁ ): ନିଶା ଖାଇ ଉତ୍ପାତ ହେଲେ ଯୁବତୀ। ରାଜଧାନୀର ରଙ୍ଗୀନ ରାତିରେ ନିଶାଶକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ନିଶାଶକ୍ତ ଅବସ୍ଥାରେ ଯୁବତୀ ଜଣକ ଉତ୍ପାତ କରିଥିଲେ। ଖବର ପାଇ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ତେବେ ହସ୍ପିଟାଲରେ ପୋଲିସକୁ ନାକେଦମ କରିଥିଲେ ନିଶାଶକ୍ତ ଯୁବତୀ, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।