
ଭୁବନେଶ୍ବର:୧୫/୦୩(ପ୍ରତୀକ୍ଷା ମିଶ୍ର ): ହୋଲିରେ ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର ହୋଇଛି। ଉଭୟ ଘଟଣାରେ ଛୁରି ଭୁସି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଏନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସମେଇଗାଡ଼ିଆ-ଶାନ୍ତିପଲ୍ଲୀ ରକ୍ତରେ ଭିଜିଛି।ସହିଦନଗର ଥାନାର ଶାନ୍ତିପଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ୪ ଜଣ ଯୁବକ ମୃତ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଅଜଣା ଯୁବକ ଛୁରି ଭୁସି ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ସମେଇଗାଡ଼ିଆର ବାବୁ ପତିଙ୍କ ପୁଅ ଆୟୁଷ୍ମାନ ପତି(୨୭)।ଆୟୁଷ୍ମାନଙ୍କୁ କାହିଁକି ହତ୍ୟା କରାଯାଇଛି ଏବଂ ଏଥିରେ କାହାର ହାତ ଅଛି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।